ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର…

ଜିଲ୍ଲା ଢେଙ୍କାନାଳ ଖବର ରାଜନୀତି ରାଜ୍ୟ
Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ପାଳନ ଅବସରରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ଗସ୍ତରେ ଆସି ଆଜି ପୂର୍ବାହ୍ନରେ ୯ଟା ରେ ଢେଙ୍କାନାଳ ନଗର ମଣ୍ଡଳ ଦ୍ଵାରା ଆୟୋଜିତ ‘ଏକ୍ ପେଡ୍ ମା’ କେନାମ୍-୨.୦ ଅଭିଯାନ’ରେ ସ୍ଥାନୀୟ କୁଞ୍ଜକାନ୍ତ ପୁଷ୍କରିଣୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ଚାରା ରୋପଣ କରିଥିଲେ । ସେଠାରେଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ପୁଷ୍କରିଣୀର ସୌନ୍ଦର୍ଯକରଣ ସହ ଚାରୋଟି ବୋଟ୍ ଚାଳନା ବ୍ୟବସ୍ଥା କରିବା ପାଇଁ ଘୋଷଣା କରିଥିଲେ । ଏହିକାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ୍ କର, ଉପଜିଲ୍ଲାପାଳବିଭୁଦତ ପଟ୍ଟନାୟକ, କାର୍ଯ୍ୟକ୍ରମର ବିଜେପି ଜିଲ୍ଲା ସଂଯୋଜକ ପ୍ରେମାନନ୍ଦ ଜେନା, ପୂର୍ବତନ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ମିଡିଆ ସେଲ୍ପ୍ରଭାରୀ ନବ କିଶୋର ଗୁରୁ, ନଗର ମଣ୍ଡଳ ସଭାପତି ବିକାଶ ସାହୁ, ପୂର୍ବତନ ସଭାପତି ଧୃବଚରଣ ସାଇଁ, ମନ୍ତ୍ରୀଙ୍କ ପ୍ରତିନିଧି ସନ୍ତୋଷ କୁମାର ରାଉତ,ସମସ୍ତ କାଉନ୍ସିଲର ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ପୂର୍ବାହ୍ନ ୧୦ଟାରେ ଢେଙ୍କାନାଳ ପ୍ରଶାସନ ଦ୍ଵାରା ସ୍ଥାନୀୟ ଓଡିଶା ସତନ୍ତ୍ର ସଶସ୍ତ୍ରପୋଲିସ୍ ବାହିନୀ ଏକମ ବାଟାଲିୟନ୍ ପଡିଆରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠିତ ସଭାକୁ ସମ୍ବୋଧନ କରିଥିଲେ । ଏହିକାର୍ଯ୍ୟକ୍ରମରେ ଜିଲ୍ଲାପାଲ ଆଶିଷ ଈଶ୍ବର ପାଟିଲ୍, ବନଖଣ୍ଡ ଅଧିକାରୀ ସୁମିତ୍ କର, ଜିଲ୍ଲା ପରିଷଦ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦୀପ୍ତିରଞ୍ଜନସେଠୀ, ବହୁ ପରିବେଶବିତ୍, ବୁଦ୍ଧିଜୀବୀ, ଶତାଧ୍ଵକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗୋଟିଏ ଗୋଟିଏ ଗଛ ଲଗାଇଥିଲେ । ଏହି ଅବସରରେ ଗଁଦିଆ ବ୍ଲକ୍ଅନ୍ତର୍ଗତ ପୋରୁହଖୋଜ ପଂଚାୟତ ଠାରେ ଭାରତୀୟ ଜନତା ପାର୍ଟି ଓ ଯୁବମୋର୍ଚ୍ଚା ତରଫରୁ ଆୟୋଜିତ ରକ୍ତଦାନ ଶିବିରରେ ମନ୍ତ୍ରୀ ଶ୍ରୀ ପାତ୍ର ପହଁଚିଶିବିରକୁ ଉଦ୍‌ଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରି ଧନ୍ୟବାଦ ଦେଇଥିଲେ । ଶିବିରରେ ଗଁଦିଆ ବ୍ଲକ୍ ଅଧ୍ଯକ୍ଷା ରୀନାରାଣୀ ଖଟୁଆ, ଜିଲ୍ଲାସାଧାରଣ ସଂପାଦକ ତଥା ପୋରୁହଖୋଜ ସରପଂଚ ରତିକାନ୍ତ ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ବରିଷ୍ଠ ନେତା ଶତୃଘ୍ନରାଉତ, ପ୍ରଦୀପ ଦାସ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ମଧ୍ୟାହ୍ନରେ ପୋରୁହଖୋଜ ଗଁଦିଆ ବ୍ଲକ୍ ପରିସରରେ ବୃକ୍ଷରୋପଣ କରିବା ସହଗଁଦିଆ ବ୍ଲକ୍ ବିଡିଓ ଦ୍ୱାରା ଆୟୋଜିତ ଏକ ସଭାରେ କଳାକାରମାନଙ୍କୁ ଉଦ୍‌ବୋଧନ ଦେଇ ଉତ୍ସାହିତ କରିବା ସହ ମାନପତ୍ର ଦେଇ ସମ୍ବଦ୍ଧିତ କରିଥିଲେ। ଉପରୋକ୍ତ ସଭାରେ ଉପଜିଲ୍ଲାପାଳ, ଗଁଦିଆ ବ୍ଲକ୍ ଅଧ୍ଯକ୍ଷା, ପୋରୁହଖୋଜ ସରପଂଚ, ବରିଷ୍ଠ ଆଇନ୍‌ଜୀବୀ ତଥା ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ପ୍ରମୁଖଉପସ୍ଥିତ ଥିଲେ । ମଧ୍ୟାହ୍ନ ୧ ଘଟିକାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସଞ୍ଜୟ କୁମାର ମହାପାତ୍ରଙ୍କ ଦ୍ବାରା ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେଆୟୋଜିତ ‘ସୁସ୍ଥ ନାରୀ-ସଶକ୍ତ ପରିବାର’ ଅଭିଯାନରେ ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ଉପସ୍ଥିତ ରହି ମହିଳାମାନେ ନିଜର ଯତ୍ନ ନେଇ ସୁସ୍ଥରହିଲେ ତାଙ୍କର ସନ୍ତାନମାନେ ସୁସ୍ଥ ରହିବେ ବୋଲି କହିବା ସହ ଉପସ୍ଥିତ ଆଶାକର୍ମୀ ଓ ମହିଳାମାନଙ୍କୁ ଏଥ‌ିପାଇଁ ଧ୍ୟାନ ଦେବା ପାଇଁ ପ୍ରେରଣାକରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧ୍ ନରେଶ ଚନ୍ଦ୍ର ମହାପାତ୍ର, ଗଁଦିଆ ବ୍ଲକ୍ ଅଧ୍ଯକ୍ଷା, ପୋରୁହଖୋଜ ସରପଂଚ ଓ ବରିଷ୍ଠଆଇନ୍‌ଜୀବୀ ନବ କିଶୋର ଗୁରୁ ମଂଚାସୀନ ଥିଲେ । ଅପରାହ୍ନ ୨ଟାରେ ମହିମା ମଣ୍ଡଳ ଉପସଭାପତି ପ୍ରଶାନ୍ତ କୁମାର ଦେହୁରୀଙ୍କ ନେତୃତ୍ବରେଯୋରନ୍ଦା ପଂଚାୟତ ଅନ୍ତର୍ଗତ ଆତିଣ୍ଡାଗ୍ରାମରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେମହିମାମହାବିଦ୍ୟାଳୟର ଏନ୍‌ସିସି, ଏନ୍‌ଏସ୍ଏସ୍, ଶିକ୍ଷକ, ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀ, ମହିଳାମୋର୍ଚ୍ଚାର ସଦସ୍ୟମାନେ ଉପସ୍ଥିତ ରହି ଗୋଟିଏଗୋଟିଏ ଲେଖାଏଁ ବୃକ୍ଷରୋପଣ କରିଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ସେମାନଙ୍କୁ ଉତ୍ସାହିତ କରିବା ସହ ବୃକ୍ଷରୋପଣ ଦ୍ବାରା ପରିବେଶ ସୁସ୍ଥ ରହେ ଏବଂଆମ୍ଭମାନକୁ ଅମ୍ଳଜାନ ଯୋଗାଏ, ଏଣୁ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ଏହାର ଯତ୍ନ ନେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।ସଂଧ୍ୟାରେ ନଗରମଣ୍ଡଳ ସଭାପତି ବିକାଶ ସାହୁଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ସ୍ଥାନୀୟ ସିଦ୍ଧ ବଳଦେବ ଜୀଉଙ୍କମନ୍ଦିରରେ ପ୍ରାର୍ଥନା କରିବା ସହ ୭୫ଟି ଦୀପ ପ୍ରଜ୍ବଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ସମେତ ବହୁ ସଂଖ୍ୟାରେବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *