Flight: ପାକିସ୍ତାନ ବାୟୁସୀମରେ ଭୁଲ୍‌ରେ ପଶିଗଲା ଏୟାର ଇଣ୍ଡିଆ ଦିଲ୍ଲୀ..

Uncategorized
Spread the love


ଏୟାର ଇଣ୍ଡିଆର ଏକ ବିମାନ ଭୁଲ୍‌ ବସତଃ ପାକିସ୍ତାନ ବାୟୁସୀମାରେ ପଶିବା ସହ କିଛି ସମୟ ପାକ୍‌ ବାୟୁସୀମାରେ ରହିଥିଲା। ଦିଲ୍ଲୀରୁ ଅମୃତସରକକୁ ଉଡ଼ାଣ କରୁଥିବା ଏକ ଏୟାର ଇଣ୍ଡିଆ ବିମାନ ଅମୃତସର ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ଚକ୍କର…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ବିମାନ ଭୁଲ୍‌ ବସତଃ ପାକିସ୍ତାନ ବାୟୁସୀମାରେ ପଶିବା ସହ କିଛି ସମୟ ପାକ୍‌ ବାୟୁସୀମାରେ ରହିଥିଲା। ଦିଲ୍ଲୀରୁ ଅମୃତସରକକୁ ଉଡ଼ାଣ କରୁଥିବା ଏକ ଏୟାର ଇଣ୍ଡିଆ ବିମାନ ଅମୃତସର ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ଚକ୍କର କାଟୁଥିବାବେଳେ ଭୁଲ୍‌ରେ କିଛି ସମୟ ପାଇଁ ପାକ୍‌ ବାୟୂସୀମା ଭିତରକୁ ପଶିଯାଇଥିବା ବିମାନ ସଂସ୍ଥା ପକ୍ଷରୁ କୁହାଯାଇଛି। କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଯାଇଛି ଏବଂ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ବିମାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଜୁନ୍‌ ୨୨ ତାରିଖରେ ଏହି ଘଟଣା ଘଟିଥିଲା।

ଏଆଇ୪୭୯ ବିମାନର ଦିଲ୍ଲୀରୁ ଅମୃତସରକୁ ଉଡ଼ାଣ କରିବା ସମୟରେ ପାଇଲଟ ପ୍ରଥମେ ବିମାନଟିକୁ ଅମୃତସର ବିମାନବନ୍ଦରରେ ଉଡ଼ାଇ ଚକ୍କର କାଟିବା ସମୟ‌‌ରେ ଏହା ପାକ୍‌ ବାୟୁସୀମାର ଅଳ୍ପକିଛି ବାଟ ପର୍ଯ୍ୟନ୍ତ ପଳାଇଥିଲା। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ ବିମାନଟି ଏଟିସି ( ଏୟାର ଟ୍ରାଫିକ କଣ୍ଟ୍ରୋଲ୍‌)ର ନିର୍ଦ୍ଦେଶକୁ ଠିକ୍‌ ଭାବେ ଗ୍ରହଣ କରିପାରିନଥିବାରୁ ଏହା ଭୁଲ୍‌ ବସତଃ ଅନ୍ତର୍ଜାତୀୟ ବାୟୁସୀମାକୁ ପଶି ଯାଇଥିଲା।

Leave a Reply

Your email address will not be published. Required fields are marked *