ଋତୁ ବଦଳେ ପ୍ରକୃତିର ରୂପ ଵଦଳେ ୧୪ ପୁରୁଷ ହେଲା ଆଳତୁମା ଗାଁ ର ଆରାଧ୍ୟ ଠାକୁର ପ୍ରଭୁ ଦଧିବାମନଙ୍କ ରିତୀ ନିତୀ ପରମ୍ପରା ବଦଳିନି,କଲାଵିଲା ତଟ ଵାଙ୍ଗୁରା ଗାଁ ମାମୁଁ ଘରୁ ଆସିଲା ପ୍ରଭୁ ଙ୍କ ପାଇଁ ନୁତନ ବସ୍ତ୍ର ସହ ପିଠା ଓ ଫଳ ଭାର , ପ୍ରଥମାଷ୍ଟମୀ ରେ ପ୍ରଭୁ ଦଧିବାମନ ହେଲେ ପୋଢୁଆଁ ।କାମାକ୍ଷାନଗର ସହର ଅନ୍ତର୍ଗତ ଆଳତୁମା ଗ୍ରାମରେ ବିରାଜିତ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ଜୀଉ ଙ୍କ ମନ୍ଦିର। ଋତୁ ବଦଳି ଥାଏ ଏବଂ ପ୍ରକୃତିର ରୂପ ବଦଳି ଥାଏ କିନ୍ତୁ ପ୍ରଭୁ ଦଧିବାମନ ଙ୍କ ରିତୀ ନିତୀ ପରମ୍ପରା ସେମିତି ରହିଛି । ଗ୍ରାମର ଆରାଧ୍ୟ ଠାକୁର ହେଉଛନ୍ତି ପ୍ରଭୁ ଦଧିବାମନ , ୧୪ ପୁରୁଷ ହେଲାଣି କଲାଵିଲା ତଟ ଵାଙ୍ଗୁରା ଗାଁ ମାମୁଁ ଘରୁ ଆସିଲା ପ୍ରଭୁ ଙ୍କ ପାଇଁ ନୂତନ ବସ୍ତ୍ର, ପିଠା ଓ ଫଳ ଭାର । ବିଶେଷ ଭାବରେ ପୂଜାର୍ଚ୍ଚନା ସହ ପ୍ରଭୁଙ୍କୁ ନୂତନ ବସ୍ତ୍ର ପରିଧାନ କରାଯାଇ ଓ ଏଣ୍ଡୁରି ପିଠା ଭୋଗ ଲଗାଯାଇ ପୋଢୁଆଁ କରାଯାଇଛି । ଆବହମାନ କାଳରୁ ଗ୍ରାମରେ ଏହି ପରମ୍ପରା ରହି ଆସିଛି , ଗ୍ରାମର ମୂଖ୍ୟ ପ୍ରଭୁ ଦଧିବାମନ ପୋଢୁଆଁ ହୋଇସାରିଲେ ଗ୍ରାମବାସୀ ମାନେ ନିଜ ଘରେ ଘରର ବଡ ପୁଅ ଝିଅ ମାନଙ୍କୁ ନୂତନ ବସ୍ତ୍ର ପରିଧାନ କରାଇ ପୋଢୁଆଁ କରିଥାଆନ୍ତି।


