କପିଳାସରେ ଶ୍ରାବଣ ଶେଷ ସୋମବାର ପାଇଁ କାଉଡିଆ ଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର..

ଜିଲ୍ଲା ମନୋରଞ୍ଜନ ରାଜ୍ୟ
Spread the love

ପବିତ୍ର ଶ୍ରାବଣ ମାସ ଅବସରରେ କପିଳାସ ପୀଠରେ ପଣ୍ଡା ନର୍ସିଂହୋମ୍‌ ସୌଜନ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପ୍ରତି ରବିବାର ଓ ସୋମବାର ଏହି ସେବା ଜାରି ରହିବ।ଏହି ଅବସରରେ ଡାକ୍ତର ଶାନ୍ତି ଭୂଷଣ ପଣ୍ଡା ନିଜେ ଉପସ୍ଥିତ ରହି ଭକ୍ତ ଓ ସାଧାରଣ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଦୂରଦୂରାନ୍ତରୁ କପିଳାସକୁ ଆସୁଥିବା ଭକ୍ତମାନଙ୍କ ପାଇଁ ଏଭଳି ସ୍ୱାସ୍ଥ୍ୟସେବା ଓ ଖାଦ୍ୟ ବଣ୍ଟନ ପଦକ୍ଷେପକୁ ସ୍ଥାନୀୟ ଲୋକଙ୍କ ସମେତ ଭକ୍ତମାନେ ପ୍ରଶଂସା କରୁଛନ୍ତି।ଶ୍ରାବଣ ମାସରେ କପିଳାସକୁ ଆସୁଥିବା ଭକ୍ତଙ୍କ ସେବାକୁ ଗୁରୁତ୍ୱ ଦେଇ ପଣ୍ଡା ନର୍ସିଂହୋମ୍‌ ପକ୍ଷରୁ ଏହି ସେବା କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *