ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ଅଳାଁବେରେଣୀ S.H.G. ଗ୍ରୁପର ଜାତୀୟପତାକା ତିଆରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।ଆଉ ଦିନକ ପରେ ଦେଶ ପାଳିବ ସ୍ୱାଧିନତାର ମହାନ ପର୍ବ ।ସେଥିପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ତ୍ରିରଙ୍ଗା ଅଭିଯାନ।ମିଶନ ଶକ୍ତି ବ୍ଲକ ପକ୍ଷରୁ ଦଶ ହଜାରରୁ ଅଧିକ ତ୍ରିରଙ୍ଗା ପତାକା ତିଆରି କରୁଛନ୍ତି ଏସଏଚଜି ଗୃପ ମହିଳା।ଦୁଇ ପଇସା ରୋଜଗାର ସହ ହେଉଛନ୍ତି ସ୍ୱାବଲମ୍ବି।ଢେଙ୍କାନାଳ କାମାକ୍ଷାନଗର ଅଁଳାବେରେଣି ସିଲେଇ ଗୃପର ପଚିଷ ମହିଳା ଦିନ ରାତି ଏକ କରି ଲାଗିଛନ୍ତି କାମରେ।
ଦେଶରେ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇ ସାରିଛି।ସେଥିପାଇଁ ପଲ୍ଲିରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି।ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଁଳାବେରେଣି ସିଲେଇ ଗୃପର ମହିଳା ସାମିଲ ହୋଇଛନ୍ତି।ଗୃପର ପ୍ରାୟ ପଚିଷ ଜଣ ମହିଳା ଦିନ ରାତି ଏକ କରି ତ୍ରିରଙ୍ଗା ପତାକା ତିଆରି କାମରେ ଲାଗିଛନ୍ତି।ମିଶନ ଶକ୍ତି ବ୍ଲକ ଫେଡେରେସନ ପକ୍ଷରୁ ଏହି ଏସଏଚଜି ଗୃପକୁ ୧୦ହଜାର ୫ଶହ ତ୍ରିରଙ୍ଗା ପତାକା ତିଆରି ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ଦିନ ରାତି ଏକ କରି କାମରେ ଲାଗିଛନ୍ତି ମହିଳା।ଆଉ ଏଥି ପାଇଁ ନିଜେ ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବି ହୋଇ ପାରିଛନ୍ତି shg ଗୃପର ମହିଳା ।ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଥିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି ଏହି ମହିଳା ମାନେ।ମିଶନ ଶକ୍ତି ମାଧ୍ୟମରେ ନିଜର କର୍ତ୍ତବ୍ୟନିଷ୍ଠ କାମ ପାଇଁ ସରକାରଙ୍କ ପକ୍ଷରୁ ସମ୍ମାନିତ ମଧ୍ୟ ହୋଇଛନ୍ତି ଏହି ଗୃପର ମହିଳା ମାନେ।
ଗୃପର ଏହି ମହିଳା ମାନେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ୧୦ହଜାର ୫ଶହ ତ୍ରିରଙ୍ଗା ପତାକା ତିଆରି କରିବାରେ ସକ୍ଷମ ହୋଇଛନ୍ତି।କେବଳ ତ୍ରିରଙ୍ଗା ପତାକା ନୁହଁ ବରଂ କୋରୋନା କାଳରେ ସଞ୍ଜିବନୀ ପାଲଟିଥିବା ହଜାର ହଜାର ମାସ୍କ ତିଆରି କରି ଅନ୍ୟର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଏହି ଏସଏଚଜି ଗୃପର ମହିଳା ମାନେ। ବର୍ଷ ତମାମ ଜିଲ୍ଲାର ବିଭିନ୍ନ ସ୍କୁଲ ଅଙ୍ଗନବାଡି ପାଇଁ ଡ୍ରେସ ତିଆରି କରି ଏମାନେ ବେଶ ଦୁଇ ପଇସା ରୋଜଗାର ବି କରୁଛନ୍ତି।
ଗତ ବର୍ଷ ମିଶନଶକ୍ତି ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଅଁଳାବେରେଣି ସିଲେଇ ଗୃପର ଏହି ମହିଳା ମାନେ ୧୨ ହଜାର ତ୍ରିରଙ୍ଗା ପତାକା ତିଆରି କରିଥିଲେ।ଚଳିତ ବର୍ଷ ପୁଣି ଏହି ସୁଯୋଗ ତାଙ୍କୁ ମିଳିଥିବାରୁ ମିଶନ ଶକ୍ତି ବ୍ଲକ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ସିଲେଇ ଗୃପର ମହିଳା।
ମହିଳା ମାନଙ୍କ ହାତରେ ତିଆରି ଦେଶର ଜାତୀୟ ପତାକା ପହଞ୍ଚିବ ଘରେ ଘରେ ଆଉ ସଫଳ ହେବ ହର ଘର ତ୍ରିରଙ୍ଗା ଅଭିଯାନ।
beuro report dkl news