ଢେଙ୍କାନାଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର,ମାତୃଭବନ ଉଚ୍ଚ ବିଦ୍ୟାଳୟ,ବାରଦା,ଢେଙ୍କାନାଳ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ପରିବେଶ ପାଇଁ ନିରନ୍ତର ଜୀବନ ଶୈଳୀ ସମ୍ପର୍କରେ ଢେଙ୍କାନାଳ ଜିଲ୍ଳାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ୨୦୨୫-୨୬ ଉଦ୍ ଯାପିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଲକ୍ଷ୍ମୀଧର ମହାନ୍ତ ଓ ବିଦ୍ୟାଳୟର ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷକ ସୁଜାତା ଦାଶଙ୍କ ମିଳିତ ଆବାହକତ୍ୱ ଓ ପୌରୋହିତ୍ୟରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର ଯୋଗଦେଇ ସ୍ଵୀୟ ବକ୍ତବ୍ୟରେ କଳ୍ପନା ହିଁ ଜ୍ଞାନର ପ୍ରଥମ ପାହାଚ।ଯେଉଁ ବ୍ୟକ୍ତି ଗତାନୁଗତିକ ଧାରାରୁ ଉଦ୍ଧ୍ୱର୍କୁ ଯାଇ ନୂତନ ଢଙ୍ଗରେ କଲ୍ପନା କରେ ଓ କଣ କାହିଁକି,କିପରି ପ୍ରଶ୍ନ କରେ ତେବେ ସେ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାର ସମ୍ଭାବନା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟତମ ମୁଖ୍ୟବକ୍ତା ରୂପେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ସାହୁ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ,ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ,ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ବିଜ୍ଞାନ,ଚିନ୍ତାରେ ବିଜ୍ଞାନ ରହିଲେ ସମସ୍ତଙ୍କର ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ହିନ୍ଦୋଳ ଗୋଷ୍ଠି ଶିକ୍ଷା ଅଧିକାରୀ ହରିହର ଦେହୁରୀ,କାମାକ୍ଷାନଗର ଗୋଷ୍ଠି ଶିକ୍ଷା ଅଧିକାରୀ ସରୋଜ କୁମାର ସାହୁ ଯୋଗଦେଇ ଛାତ୍ରୀ,ଛାତ୍ରଙ୍କର ଅନିସନ୍ଧିତ୍ସୁ ମନୋଭାବ ଓ ନିଷ୍ଠାପର ପ୍ରଚେଷ୍ଟା ସେମାନଙ୍କୁ ବିଜ୍ଞାନ ମନସ୍କ କରି ସଫଳତା ପ୍ରଦାନ କରିପାରିବ ବୋଲି ମତପୋଷଣ କରିଥିଲେ।ଉତ୍ସବରେ ଅଧ୍ୟକ୍ଷତା କରି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଦାଶ ସଭାପତି ଭାବରେ ଯୋଗଦେଇ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଓ ଉପଯୋଗିତା ସଂପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପ୍ରାଥମିକ ବର୍ଗରୁ ୨୪ଟି,ମାଧ୍ୟମିକ ବର୍ଗରୁ ୨୪ଟି,ଇକୋ କ୍ଲବ୍ ମାଧ୍ୟମିକ ବର୍ଗରୁ ୫୬ ଟି ଓ ବାଲ୍ ବୈଜ୍ଞାନିକ ବର୍ଗରୁ ୫୬ଟି ଏହିପରି ସର୍ବମୋଟ୍ ୧୬୦ ଟି ପ୍ରକଳ୍ପ ମେଳାରେ ପ୍ରଦର୍ଶିତ ହୋଇଥିଲା।ବିଚାରକଭାବେ ସିନର୍ଜୀ ଢେଙ୍କାନାଳର ରସାୟନ ବିଜ୍ଞାନର ମୁଖ୍ୟ ଅଧ୍ୟାପକ ଡ.ଶୁଭକାନ୍ତ ଦାଶ ଓ ମେକାନିକାଲ୍ ଇଞ୍ଜିନିୟରିଙ୍ଗ ବିଭାଗର ସହକାରୀ ପ୍ରାଧ୍ୟାପକ ଡ.ମଳୟ କୁମାର ଦେବତା,ସତ୍ୟମ୍ ଶିବମ୍ ସୁନ୍ଦରମ +୩ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ନରେଶ କୁମାର ନାୟକ,ପ୍ରାଣୀ ବିଜ୍ଞନ ଅଧ୍ୟାପିକା ଜୟଶ୍ରୀ ପ୍ରଧାନ, ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଇନ୍ଦିପୁରର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଆଶିଷ କୁମାର ପଣ୍ଡା,ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରହଲ୍ଲାଦ ନାୟକ ପ୍ରମୁଖ ଯୋଗଦେଇ ଛାତ୍ରୀ, ଛାତ୍ରଙ୍କର ପ୍ରକଳ୍ପଗୁଡିକୁ ମୂଲ୍ୟାଙ୍କନ କରିଥିଲେ।ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଲକ୍ଷ୍ମୀଧର ମହାନ୍ତ ମଙ୍ଗଳା ଚରଣ ଗାନ,ଅତିଥି ପରିଚୟ ପ୍ରଦାନ,ବାର୍ଷିକ ବିବରଣୀ ପାଠ,ଶାନ୍ତି ପାଠ ଓ ସଭା କାର୍ଯ୍ୟକ୍ରମର ସୁନ୍ଦର ସଂଯୋଜନା କରିଥିଲେ।ସଭା ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ବୃନ୍ଦ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଚନ୍ଦନ, ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ବିଦ୍ୟାଳୟର ଛାତ୍ରୀମାନେ ସୁଲଳିତ କଣ୍ଠରେ ସମବେତ ବିଜ୍ଞାନ ଉପରେ ଆଧାରିତ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରୀ ମୋହନ ରାଉତଙ୍କ ନେତୃତ୍ୱରେ ତାଙ୍କର କର୍ମଚାରୀ ଶିକ୍ଷା ସହାୟକ ଶଙ୍କର ଗୁରୁଙ୍ଗ,ବୈଷୟିକ ସହାୟକ ସୁକ୍ ଲାଲ୍ ମାରାଣ୍ଡି,କାହ୍ନୁ ଚରଣ ବିନ୍ଧାଣୀ ବୃନ୍ଦଙ୍କ ଦ୍ଵାରା ଅପ୍ ଟିକାଲ୍ ଟେ ଲିସ୍କୋପ୍ ଦ୍ଵାରା ସନ୍ଧ୍ୟାରେ ଲାଇଭ୍ ସ୍କାଏ ଅବଜର୍ ଭେସନ୍ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଛାତ୍ରୀ,ଛାତ୍ର,ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ ବୃନ୍ଦ ଅଂଶଗ୍ରହଣ କରି ଆନନ୍ଦ ପ୍ରକାଶ କରିଥିଲେ।ସନ୍ଧ୍ୟାରେ ରାତ୍ରି ସହ ଭୋଜନ ପର୍ଯ୍ୟନ୍ତ ବିଜ୍ଞାନ ଭିତ୍ତିକ ସଙ୍ଗୀତ,ନୃତ୍ୟ,ନାଟକ ଆଦି ବିଭିନ୍ନ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଵିଚିତ୍ରା କାର୍ଯ୍ୟକ୍ରମ ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇଥିଲା।ତାପର ଦିନ ପ୍ରାତଃ ୯ ଘଟିକା ସମୟରେ ଅନୁଷ୍ଠିତ ବିଜ୍ଞାନ ସେମିନାର କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରୀ ମୋହନ ରାଉତ,ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ,ଆଠଗଡ଼ର ପ୍ରାକ୍ତନ ଅଧ୍ୟକ୍ଷ ତଥା ଉଦ୍ଭିଦ ବିଜ୍ଞାନ ବିଭାଗର ଶିକ୍ଷାବିତ୍ ଡ.ଅଖିଳ ଚନ୍ଦ୍ର ପ୍ରଧାନ,ରେଭେନ୍ସା ବିଶ୍ଵ ବିଦ୍ୟାଳୟର ପ୍ରାକ୍ତନ ଅବସର ପ୍ରାପ୍ତ ରସାୟନ ବିଜ୍ଞାନ ପ୍ରାଧ୍ୟାପକ ତଥା ଦି ୟୁରାନିୟମ,କଟକର ସଭାପତି ଡ.ସୁଧାଂଶୁ ଶେଖର ତ୍ରିପାଠୀ ପ୍ରମୁଖ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ବିଜ୍ଞାନ କମିଟିର ସଦସ୍ୟ ପ୍ରେମାନନ୍ଦ ସାହୁଙ୍କ ପରିଚାଳନାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପ୍ରାଥମିକ ବର୍ଗରୁ ଶୁଭଲକ୍ଷ୍ମୀ ବେହେରା,ବୈଜ୍ୟୟନ୍ତି ପତି,ବିଶ୍ୱପ୍ରିୟା ସାହୁ, ମାଧ୍ୟମିକ ବର୍ଗରୁ ସମ୍ବିତ ପରିଡ଼ା,ଦିବ୍ୟଦର୍ଶିନି ପୃଷ୍ଟି,ଆଶୁତୋଷ ମହାପାତ୍ର ପ୍ରମୁଖ ଇକୋ କ୍ଲବ୍ ବର୍ଗରୁ ରିତେଶ ହୋତା, ଆକାଂକ୍ଷା ପ୍ରିୟଦର୍ଶିନୀ ସାହୁ,ଅନୁପମ ସାହୁ,ଶୁଭେନ୍ଦୁ ବେହେରା,ଭାଗ୍ୟଶ୍ରୀ ଧଳ,ସ୍ୱୟଂଶ୍ରୀ ସମାପିକା ରାଉତ,ପ୍ରାଚୀ ପଟ୍ଟନାୟକ,ବାଲ୍ ବୈଜ୍ଞାନିକ ବର୍ଗରୁ ଉପାସନା ମିଶ୍ର,ରିମା ପାଇକ,ବିଶ୍ୱଜିତ ପାଣିଗ୍ରାହୀ,ଆଲିଶା ପ୍ରିୟଦର୍ଶିନୀ,ସତ୍ୟଜିତ ବେହେରା,ଅଙ୍କିତା ମହାନ୍ତି,ପ୍ରିତମ ରଞ୍ଜନ ବଡ଼ମାଳି ଓ ପରିବେଶ ତଥା ଇକୋ କ୍ଳବ୍ ବିଭାଗରୁ ପ୍ରାଚୀ ପଟ୍ଟନାୟକ, ପୂର୍ଣ୍ଣିମା ସାହୁ ସତ୍ୟପ୍ରକାଶ ସାହୁଙ୍କ ପ୍ରକଳ୍ପଗୁଡିକ ଅର୍ଥରାଶି ପୁରସ୍କାର ଶ୍ରେଷ୍ଠ ବିବେଚିତ ହୋଇ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି।ଆୟୋଜନରେ ଜିଲ୍ଲା ବିଜ୍ଞାନ କମିଟିର ସଭ୍ୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଲ୍ଲିକ,ଡ଼ା.ଦେବୀ ପ୍ରସାଦ ମିଶ୍ର,ଅଶୋକ କୁମାର ପଣ୍ଡା,ରଞ୍ଜନ କୁମାର ରଣା,ସୁରେନ୍ଦ୍ର କୁମାର ବେହେରା,ତନୁଶ୍ରୀ ମିଶ୍ର,ମଧୁସୂଦନ ରାଉତ,ମାନସ କୁମାର ଗଣ୍ଠିଆ,ପ୍ରେମାନନ୍ଦ ସାହୁ,ଶର୍ମିଷ୍ଠା, ସମସ୍ତ ବ୍ଳକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ,ସମସ୍ତ ବି ଆର୍ ସିସି ଓ ସିଆର୍ ସିସି ବୃନ୍ଦ,ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଦାଶ,ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ସଚ୍ଚିଦାନନ୍ଦ ମହାରଣା,ଅବସର ପ୍ରାପ୍ତ ଶିକ୍ଷକ ଅଶୋକ କୁମାର ଦାଶ,ଚନ୍ଦ୍ରମଣି ଦଳବେହେରା,ଅରୁଣ କୁମାର ଓଝା,ଚିତ୍ତ ରଞ୍ଜନ ନନ୍ଦ,କଳ୍ପନା ଆଚାର୍ଯ୍ୟ,ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ନନ୍ଦ,ଅବସର ପ୍ରାପ୍ତ ତିଳୋତ୍ତମା କରଣ,ଅବସର ପ୍ରାପ୍ତ ଭାଗୀରଥି ସାମଲ,ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ,ହେମନ୍ତ କୁମାର ବେହେରା, ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ,ଓଡ଼ିଶା ତଥା ଆଜୀବନ ସଦସ୍ୟ, ଢେଙ୍କାନାଳ ଜିଲ୍ଳା ଆବାହକ,ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶା, ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ।ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟି ସଦସ୍ୟ ଚନ୍ଦ୍ରମଣି ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ….


