ବି.ବି.ହାଇସ୍କୁଲ,ଢେଙ୍କାନାଳର ୧୯୮୦ ବ୍ୟାଚ୍ ର ସହପାଠୀ ଚତୁର୍ଥ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ.

Uncategorized
Spread the love

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଷଷ୍ଠ ଶ୍ରେଣୀରୁ ଏକାଦଶ ଶ୍ରେଣୀ ମଧ୍ୟରେ ୧୯୮୦ ବ୍ୟାଚ୍ ର ସହପାଠୀ ଚତୁର୍ଥ ବନ୍ଧୁମିଳନ -୨୦୨୬ର କାର୍ଯ୍ୟକ୍ରମ ଦିନ ୦୯ ଘଟିକାରୁ ୦୪ ଘଟିକା ପର୍ଯ୍ୟନ୍ତ ବି.ବି.ହାଇସ୍କୁଲ୍,ଢେଙ୍କାନାଳ ନିକଟସ୍ଥ ପାଣିଓହଳା ପାହାଡ଼ ପାଦଦେଶରେ ଅବସ୍ଥିତ ବନଦୁର୍ଗା ମନ୍ଦିର ସନ୍ନିକଟ ବଣଭୋଜି ସ୍ଥଳରେ ଓ କଲେଜ୍ ବାଇପାସ୍ ନିକଟସ୍ଥ ଆଖଣ୍ଡଳମଣି ମନ୍ଦିରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସେହି ସମୟରେ ଅଧ୍ୟୟନ କରିଥିବା ସମସ୍ତ ଛାତ୍ରୀ,ଛାତ୍ରମାନେ ଉପସ୍ଥିତ ରହି ନିଜ ନିଜର ମତାମତ ଉପସ୍ଥାପନ କରି ଏକତ୍ରିତ ଭାବରେ ଆଗାମୀ ଦିନରେ ବର୍ଷବ୍ୟାପି ବିଭିନ୍ନ ପ୍ରକାର ସମ୍ମିଳିତ କାର୍ଯ୍ୟକ୍ରମର ରୂପରେଖ ସ୍ଥିର କରିଥିଲେ।ସମସ୍ତ ସହପାଠୀ ବୃନ୍ଦ ପାଣିଓହଳାର ପ୍ରାକୃତିକ ପରିବେଶରେ ଅତୀତର ସ୍କୁଲ୍ ଜୀବନର ମଧୁର ସ୍ମୃତିରାଜି ରୋମନ୍ଥନ କରିବା ସଂଗେସଂଗେ ସମ୍ମିଳିତ ସହଭୋଜନର ମଜ୍ଜା ଉପଭୋଗ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ପ୍ରଧାନ ଶିକ୍ଷକ ଛାତ୍ରୀ,ଛାତ୍ର ଓ ଶିକ୍ଷିକା,ଶିକ୍ଷକଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ସଭା ୧୯୮୦ ବ୍ୟାଚ୍ ର ପୁରାତନ ଛାତ୍ରୀଛାତ୍ରମାନେ ଓ ସେମାନଙ୍କର ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଶିକ୍ଷା,କର୍ମକ୍ଷେତ୍ରର ବିବରଣୀ ସହ ସ୍ବପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଦୀର୍ଘ ବର୍ଷର ମନଛୁଆଁ ଅଭୁଲା ଅନୁଭୂତି ସବୁର ସ୍ମୃତିଚାରଣ କରିଥିଲେ।ଏହି ଅବସରରେ ପ୍ରାକୃତିକ ପରିବେଶରେ ଓ ସ୍ଥାନୀୟ କଲେଜ୍ ବାଇପାସ୍ ନିକଟସ୍ଥ ଆଖଣ୍ଡଳମଣି ମନ୍ଦିରରେ ପ୍ରାକ୍ତନ ଛାତ୍ରୀ ଛାତ୍ର ଓ ତାଙ୍କର ପରିବାରର ସଦସ୍ୟା ସଦସ୍ୟ ମାନଙ୍କ ଦ୍ବାରା ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଓ ସମବେତ ପଙ୍କ୍ତି ଭୋଜନ ସମସ୍ତଙ୍କ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା।ସ୍କୁଲ୍ ପାଠପଢା ସରିବା ପରେ ନିଜ ନିଜ କର୍ମକ୍ଷେତ୍ରରେ ଥାଇ କିଏ କେଉଁ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ।କିନ୍ତୁ,ଏହି ବନ୍ଧୁମିଳନ ଅବସରରେ ନିଜର ଅତିପ୍ରିୟ ସାଥୀମାନଙ୍କୁ ପାଖରେ ପାଇ,ପରସ୍ପରକୁ ଖୁଆଇ,ମଜା ଗପସପ କରି ଅତ୍ୟନ୍ତ ଆନନ୍ଦରେ ଆତ୍ମବିଭୋର ହୋଇଯାଇଥିଲେ।ତେବେ ଏହି କାର୍ଯ୍ୟକ୍ରମ ଅବସରରେ ସମସ୍ତ ପ୍ରାକ୍ତନ ଛାତ୍ରୀ,ଛାତ୍ରମାନେ ସାରା ବର୍ଷ ଏହିପରି ଭାବରେ ପୁଣି ମହାସମାରୋହରେ ପାଳନ କରିବେ ଓ ‘ପଞ୍ଚସଖା ଶିକ୍ଷାସେତୁ କାର୍ଯ୍ୟକ୍ରମ’ରେ ସାମିଲ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶର ସୂତ୍ରଧର ସାଜିବେ ବୋଲି ଦୃଢ଼ ପ୍ରତିଶୃତି ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତା ପାଇଁ ଉପସ୍ଥିତ ଓ ଅନୁପସ୍ଥିତ ଶତାଧିକ ଛାତ୍ରୀ,ଛାତ୍ର କାୟମନୋବାକ୍ୟରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ସେମାନଙ୍କ ମଧ୍ୟରେ ମୋବାଇଲ୍ ଗ୍ରୁପ୍ ମାଧ୍ୟମରେ ଡ଼ା.ଦେବୀ ପ୍ରସାଦ ମିଶ୍ର,ଦୀପକ ମିଶ୍ର,ପ୍ରଶାନ୍ତ କୁମାର ପଟ୍ଟନାୟକ,ଶ୍ରୀଧର ଇପିଲି,ପ୍ରଦ୍ୟୁମ୍ନ ମହାନ୍ତି,କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ,ଶେଷାନନ୍ ଉପସ୍ଥିତ ଥିଲେ….

Leave a Reply

Your email address will not be published. Required fields are marked *