ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ.

ଜିଲ୍ଲା ଢେଙ୍କାନାଳ ଖବର ମନୋରଞ୍ଜନ
Spread the love

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ସୁରକ୍ଷା ଓ ଆତ୍ମରକ୍ଷା କୌଶଳ ବିକାଶ ଉଦ୍ଦେଶ୍ୟରେ ୫ ଫେବୃଆରୀରୁ ୧୩ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଡଃ ତୃପ୍ତି ମୟୀ ସାହୁ ସମନ୍ଵୟ କରିଥିଲେ । ୧୭ ଫେବୃଆରୀ ୨୦୨୬ ତାରିଖରେ ମହାବିଦ୍ୟାଳୟ ଅଡିଟୋରିୟମ୍‌ରେ ସମାପନୀ ଅନୁଷ୍ଠାନ ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷା ଡଃ ଶକୁନ୍ତଳା ଜେନା ନାରୀ ସୁରକ୍ଷା ସନ୍ଦର୍ଭରେ ତାଙ୍କ ମତ ପ୍ରକାଶ କରି ଆତ୍ମରକ୍ଷା ପ୍ରଶିକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ମନସ୍ତତ୍ବବିଜ୍ଞାନ ବିଭାଗର ଅଧ୍ୟାପକ ଡଃ ପଙ୍କଜ କୁମାର ବାରିକ ଆତ୍ମରକ୍ଷା କାର୍ଯ୍ୟକ୍ରମ ସମ୍ବନ୍ଧରେ ମୂଲ୍ୟବାନ ମତାମତ ଦେଇଥିଲେ । ପ୍ରଶିକ୍ଷିକା ବନ୍ଦନା ବିଶ୍ବାଳ ଓ ପୂଜା ରାଣୀ ସେନାପତି ଛାତ୍ରୀମାନଙ୍କ
ସହ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ । ଶେଷରେ ପ୍ରୀତିପ୍ରିୟମ୍ବଦା ବୈଶାଖ ଧନ୍ୟବାଦ ଜ୍ଞାପନ କରି
କାର୍ଯ୍ୟକ୍ରମ ସମାପ୍ତ କରିଥିଲେ..

Leave a Reply

Your email address will not be published. Required fields are marked *