Mandatory Fire Safety Audit ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରର ଯାଞ୍ଚ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥା..

ଜିଲ୍ଲା ଢେଙ୍କାନାଳ ଖବର ରାଜନୀତି ରାଜ୍ୟ
Spread the love


ଓଡ଼ିଶା ସରକାର ରାଜ୍ୟର ସମସ୍ତ ସ୍କୁଲ, କୋଚିଂ ସେଣ୍ଟର ଓ ଦକ୍ଷତା ବିକାଶ କେନ୍ଦ୍ରରେ ବାଧ୍ୟତାମୂଳକ ଅଗ୍ନି ନିରାପତ୍ତା ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ମଧ୍ୟରେ ଜିଲ୍ଲାପାଳମାନଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଭୁବନେଶ୍ୱର: ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣା ପରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଆଦିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତ ଚେତିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍‌ଡିଏମ୍‌ଏ) ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ବାଧ୍ୟତାମୂଳକ ଯାଞ୍ଚ କରିବ। ଯାଞ୍ଚ ଓ ପଦକ୍ଷେପ ସମ୍ପର୍କରେ ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଆଜି(ବୁଧବାର) ଏନେଇ ବିଜ୍ଞପ୍ତି ଓ ନିୟମାବଳୀ ପ୍ରକାଶିତ ହୋଇଛି। ଏଥିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା ଓ ଅଡିଟ୍ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ନୂତନ ଶିକ୍ଷାବର୍ଷ ଆରମ୍ଭ ସମୟରେ ସୁରକ୍ଷା ନିୟମର କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ।

ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ୍ ଉକ୍ତ ନିର୍ଦ୍ଦେଶାନାମାରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଥିବାରୁ, ଓଡ଼ିଶା ଅଗ୍ନି ପ୍ରତିରୋଧ ଏବଂ ଅଗ୍ନି ନିରାପତ୍ତା ନିୟମାବଳୀ, ୨୦୧୭, ଓଡ଼ିଶା ଅଗ୍ନି ପ୍ରତିରୋଧ ଏବଂ ଅଗ୍ନି ନିରାପତ୍ତା (ସଂଶୋଧନ) ନିୟମାବଳୀ, ୨୦୨୫ ଏବଂ ଅନ୍ୟାନ୍ୟ ପ୍ରଯୁଜ୍ୟ ସୁରକ୍ଷା ନିୟମର କଡ଼ା ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ କ୍ଷେତ୍ର ପରିଦର୍ଶନ ଓ ଯାଞ୍ଚ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *