ଢେଙ୍କାନାଳ ଶାସନ ଛକରେ ମା’ ତାରିଣୀଙ୍କ ୭ମ ବାର୍ଷିକ ଜନ୍ମୋତ୍ସବ ଉପଲକ୍ଷେ କଳସଯାତ୍ରା..

ଢେଙ୍କାନାଳ ଖବର ଦେଶ ବିଦେଶ ମନୋରଞ୍ଜନ
Spread the love

ଢେଙ୍କାନାଳ ସହରର ଶାସନ ଛକ ଅଞ୍ଚଳରେ ଅବସ୍ଥିତ ମା’ ତାରିଣୀ ଦେବୀଙ୍କ ୭ମ ବାର୍ଷିକ ଜନ୍ମୋତ୍ସବ ଅବସରରେ ଭବ୍ୟ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଭାଗିରଥୀ ସାଗର କୂଳରୁ ପୂଜାର୍ଚ୍ଚନା କରାଯାଇ ୧୦୮ରୁ ଅଧିକ ପୁରୁଷ ଓ ମହିଳା ଘଂଟ ବାଦ୍ୟ ସହ ସହର ପରିକ୍ରମା କରି ମନ୍ଦିର ପରିସରକୁ ପହଞ୍ଚିଥିଲେ। ଭକ୍ତିମୟ ପରିବେଶ ମଧ୍ୟରେ ସୂର୍ଯ୍ୟପୂଜା, ଗୋ-ପୂଜା, ଗୁରୁପୂଜା, ଚତୁର୍ଦ୍ଧାମୂର୍ତି ପୂଜା, ମଣ୍ଡଳାଦି ପୂଜା ଓ ଅଗ୍ନି ସଂସ୍କାର ଆଦି କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା।ଆସନ୍ତା ୨୫ ତାରିଖ ବୁଧବାର ସୂର୍ଯ୍ୟପୂଜା, ଗୋ-ପୂଜା, ଗୁରୁପୂଜା, ମଣ୍ଡଳାଦି ପୂଜା, ଦେବୀଙ୍କ ଷୋଡଶ ଉପଚାର ପୂଜା ଓ ଚଣ୍ଡୀପାଠ ହବନ ଅନୁଷ୍ଠିତ ହେବ। ୨୬ ତାରିଖ ଗୁରୁବାର ମଣ୍ଡଳାଦି ପୂଜା, ଗୀତାପାଠ ହବନ ଓ ପୂର୍ଣ୍ଣାହୁତି ସହିତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି।ମନ୍ଦିର ପୂଜକ ବାବୁଲି ଭାଇନା, ଯଜ୍ଞ ପୂଜକ କବି ରୁଦ୍ରନାରାୟଣ କବିଶତପଥୀ, କର୍ତା ସତ୍ୟାନନ୍ଦ ବେହେରା ଓ କର୍ମୀ ସୁଲୋଚନା ବେହେରାଙ୍କ ନେତୃତ୍ୱରେ ସମସ୍ତ ପୂଜା କାର୍ଯ୍ୟ ସଫଳତାର ସହିତ ସଂପନ୍ନ ହୋଇଥିଲା।ସଭାପତି ଶରତ ବେହେରା, ସମ୍ପାଦକ ନକୁଳ ବେହେରା, କୋଷାଧ୍ୟକ୍ଷ ଲକି ବେହେରାଙ୍କ ସହିତ କର୍ମକର୍ତ୍ତା ଶରତ ମହାନ୍ତି, ଦିଲୁ ବେହେରା, ଲକ୍ଷ୍ମୀକାନ୍ତ ମେହେର, ପବିତ୍ର ବେହେରା, ସମୀର ବେହେରା, ଟିକି ସାହୁ, ଅମରେନ୍ଦ୍ର ସାହୁ, ଟୁନା ବେହେରା, କାଳିଆ ବେହେରା ଓ ରଞ୍ଜିତ ନାୟକ ସହିତ ଶାସନ ଛକର ଅନେକ ଭକ୍ତମାନେ ଏହି ଉତ୍ସବରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *