ଢେଙ୍କାନାଳ ଜିଲ୍ଲା ଚନ୍ଦ୍ରଶେଖରପ୍ରସାଦ ଅଂଚଳରେ ଅବସ୍ଥାପିତ ଭୋଳେଶ୍ଵର ଧଲ ଉଚ୍ଚ ବିଦ୍ୟାଳୟପରିସରରେ ଆଜି ଭାରତର ବିଶିଷ୍ଟ ଭାଷା-ବିଜ୍ଞାନୀ ପ୍ରଫେସର ଗୋଲୋକ ବିହାରୀ ଧଳଙ୍କ ୫୨ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବପ୍ରଫେସର ଗୋଲୋକ ବିହାରୀ ଧଳ ସ୍ମୃତି ସଂସଦ ଆନୁକୂଲ୍ୟରେ ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ଓଡିଶାର ଦକ୍ଷତା ଓବୈଷୟିକ ଶିକ୍ଷା ବିଭାଗର ପ୍ରାକ୍ତନ ଅତିରିକ୍ତ ସଚିବ ତପନ କୁମାର ଶତପଥୀ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦାନ କରି ସର୍ଗତଧଳଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସଙ୍ଗେ ସଙ୍ଗେ ପ୍ରଫେସର ଧଳଙ୍କ ଧ୍ବନି ବିଜ୍ଞାନ ଶାସ୍ତ୍ରର ଆଧୁନିକ ସମାଜକୁ ଦାନସଂପର୍କରେ ସୁଦୀର୍ଘ ଭାଷଣ ପ୍ରଦାନ କରିଥିଲେ । ଉତ୍ସବରେ ଉପସ୍ଥିତ ଅନ୍ୟାନ୍ୟ ଅତିଥୁଗଣ ବିଦ୍ୟାଳୟ ପରିସରରେ ଥିବାସତ୍ୟବାଦୀ ଗୋଷ୍ଠୀର ସାଧକମାନଙ୍କ ପ୍ରତିମୂର୍ତି ତଥା ସଂଗ୍ରାମୀ ବ୍ରଜ କିଶୋର ଧଳ ଏବଂ ଭୋଳେଶ୍ବର ଧଳଙ୍କ ପ୍ରତିମୂର୍ତିରେମାଲ୍ୟାର୍ପଣ କରି ପ୍ରଫେସର ଧଳଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସ୍ମୃତି ସଭାରେ ସ୍ମୃତି ସଂସଦର ସଭାପତିପ୍ରଫେସର ଡକ୍ଟର ଦୁର୍ଗା ମାଧବ ପୃଷ୍ଟି ଅଧ୍ୟକ୍ଷତା କରିଥିବାବେଳେ ପ୍ରତିଷ୍ଠାତା ସଦସ୍ୟ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଅପର୍ତି ନାୟକ ସମ୍ମାନିତ ଅତିଥ୍ୟ ଭାବେ ଯୋଗଦାନ କରିଥିଲେ । ସଂସଦର ସଂପାଦକ ଇଂ. ଫକୀର ମୋହନ ସାହୁ ବିବରଣୀପାଠ କରିବା ସହିତ ପ୍ରଦେଶ ରଞ୍ଜନ ଧଳ, ଧନଦ୍ଧିୟ ଧଳ, ପ୍ରଫୁଲ୍ଲ ପଣ୍ଡା, ଇଂ. ଲଳିତ ମୋହନ ବେହେରା ପ୍ରଭୃତି ସେମାନଙ୍କରବକ୍ତବ୍ୟ ମାଧ୍ୟମରେ ଗୋଲୋକ ଧଳଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସଂସଦର କୋଷାଧ୍ୟକ୍ଷା ପ୍ରଭାତୀମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସଦସ୍ୟ ମଧୁସୂଦନ ଶତପଥୀ, ମନୋଜ କୁମାର ସାହୁ, ବୀରବର ମିଶ୍ର ପ୍ରଭୃତିସଭାକାର୍ଯ୍ୟ ପରିଚାଳନା କରିଥିଲେ ।
