ସିମିଳିପାଟଣା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅନୁଷ୍ଠିତ..

ଜିଲ୍ଲା ଢେଙ୍କାନାଳ ଖବର
Spread the love

ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ସିମିଳିପାଟଣା ଉଚ୍ଚ ବିଦ୍ୟାଳୟର ୩୪ତମ ପ୍ରତିଷ୍ଠା ଦିବସ ବୁଧବାର ଦିନବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରୁଦ୍ର ମୋହନ ମହାପାତ୍ରଙ୍କଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥ୍‌ ଭାବେ ପରିଚାଳନା କମିଟି ଅଧ୍ୟକ୍ଷ ଶିବରାମ ଆଳୁକ, ସମ୍ମାନିତ ଅତିଥ୍ଭାବେ ପୂର୍ବତନ ସରପଂଚ ଅନ୍ତର୍ଯ୍ୟାମୀ ସାହୁ, ପୂର୍ବତନ ସଭାପତି ଦୁର୍ଯ୍ୟୋଧନ ସାହୁ, ଦେବରାଜ ବିଶ୍ଵାଳ, ଦିବାକରଗନ୍ତାୟତ, ଅଞ୍ଛଳ ମୋହନ ସାହୁ ଓ ଘନଶ୍ୟାମ ସାହୁ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ସଂଘର୍ଷମୟ ଇତିହାସ ଓ ଶିକ୍ଷାକ୍ଷେତ୍ରରେ ବିଦ୍ୟାଳୟର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଇକୋ-କ୍ଲବ୍ଆନୁକୂଲ୍ୟରେ ଛାତ୍ରଛାତ୍ରୀ ଓ ଅତିଥିମାନଙ୍କ ଦ୍ବାରା ବୃକ୍ଷରୋପଣ କରାଯାଇ ବନମହୋତ୍ସବ ସପ୍ତାହ ପାଳନ କରାଯାଇଥିଲା। ଏଥୁସହିତ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ବିଜ୍ଞାନଶିକ୍ଷୟିତ୍ରୀ ଗୀତାରାଣୀ ବରାଳ ବିଦ୍ୟୁତ୍ ସୁରକ୍ଷାର ଉପଦେୟତା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ବିଦ୍ୟୁତ୍ସୁରକ୍ଷା ପାଳନ ପାଇଁ ଛାତ୍ରଛାତ୍ରୀମାନେ ଶପଥପାଠ କରିଥିଲେ । ବିଦ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବାସଂସ୍କୃତ ଶିକ୍ଷକ ଡଃ. ପ୍ରମୋଦ କୁମାର ଦାସଙ୍କୁ ଅତିଥିମାନେ ସମ୍ବଦ୍ଧିତ କରିଥିଲେ । ଶିକ୍ଷକ ଶେଷଦେବ ବାରିକ ମଂଚସଂଚାଳନ ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ବିଦ୍ୟାଳୟର କର୍ମଚାରୀ ଜିତେନ୍ଦ୍ରକୁମାର ରାଉତ, ପ୍ରହଲ୍ଲାଦ ସାହୁ, ରତ୍ନାକର ସାହୁ ଓ ଶିବପ୍ରସାଦ ରଥ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *