୩୮: ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ମଙ୍ଗଳ ଅଧିକାରୀ ରୁଦ୍ର ପ୍ରସନ୍ନ ପରିଜାଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହନିଷ୍ଫଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ଢେଙ୍କାନାଳ ଶାଖା ତରଫରୁ ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟ ଠାରେଅନୁଷ୍ଠିତ ହୋଇଯାଇଅଛି । ଏହି ସମାରୋହ ସଭାରେ ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କବିତା ଦାଶ, ଅତିରିକ୍ତ ଜିଲ୍ଲାମଙ୍ଗଳଅଧିକାରୀ, କାମାକ୍ଷାନଗର ଅନନ୍ୟା ଆଚାର୍ଯ୍ୟ ଓ ସମସ୍ତ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଉପସ୍ଥିତ ଥିଲେ । ଶ୍ରୀ ପରିଜା ଗତତା.୦୨.୦୮.୧୯୯୩ରିଖରେ ସରକାରୀ ଚାକିରୀ ଆରମ୍ଭ କରି ତା.୧୫.୦୭.୨୦୧୦ ରିଖରୁ ଢେଙ୍କାନାଳର ହିନ୍ଦୋଳ ବ୍ଲକ୍ରେମଙ୍ଗଳ ସଂପ୍ରସାରଣ ଅଧିକାରୀ ଭାବେ ଯୋଗଦାନ କରିଥିଲେ । ତା.୨୧.୦୩.୨୦୨୩ରିଖରୁ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେଯୋଗଦାନ କରି ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ସେ ଅତ୍ୟନ୍ତ ଶାନ୍ତ, ସରଳ, ନିଷ୍ଠାପର ବ୍ୟକ୍ତିତ୍ଵ ଅଟନ୍ତି । ଉତ୍ସର୍ଗୀକୃତସେବା ବିଭାଗକୁ ନିରବଚ୍ଛିନ୍ନ ଭାବରେ ଯୋଗାଇ ଦେବା ସହିତ ଢେଙ୍କାନାଳ ଜିଲ୍ଲାକୁ ଗୌରବ ବିମଣ୍ଡିତ କରିଛନ୍ତି । ତାଙ୍କରକାର୍ଯ୍ୟକାଳ ମଧ୍ଯରେ ବିଭାଗର ସମସ୍ତ ବିଦ୍ୟାଳୟର ଭିତିଭୂମି, ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ, ଆବାସିକ ଅବସ୍ଥାର ରୂପାନ୍ତରୀକରଣହୋଇଅଛି ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ଚାକିରୀ ସମ୍ପର୍କିତ କାର୍ଯ୍ୟଗୁଡିକୁ ସଂପନ୍ନ କରିଛନ୍ତି । ଜିଲ୍ଲାର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ଉଚ୍ଛସିତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ସ୍ମୃତିଚାରଣ କରି ଏକଭାବପୂର୍ଣ୍ଣ ବିଦାୟ ଦେଇଥିଲେ ।
