CRPF Jawan: ହୃଦଘାତରେ ସିଆରପିଏଫ ଯବାନଙ୍କ ଅକାଳ ବିୟୋଗ.

ଜିଲ୍ଲା ଦେଶ ବିଦେଶ ରାଜ୍ୟ
Spread the love

ତେଲକୋଇ ଥାନା ପୁରୁଯୋଡା ପଞ୍ଚାୟତ ଅନ୍ତର୍ଗତ କରଙ୍ଗାପାଳ ଗ୍ରାମର ସିଆରପିଏଫ ଯବାନ ଶୁଖଲାଲ କୁଙ୍କାଲଙ୍କ ୪୨ ବର୍ଷ ବୟସରେ ଅକାଳ ବିୟୋଗ ଘଟିଯାଇଛି` ଭୁବନେଶ୍ୱର ନୟାପଲ୍ଲୀ ସିଆରପିଏଫ କ୍ୟାମ୍ପରେ ଗତକାଲି ସନ୍ଧ୍ୟାରେ ହୃଦଘାତରେ ପୀଡ଼ିତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥି‌ଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘଟିଯାଇଛି।ଆଜି ଗାର୍ଡ ଅଫ୍ ଅନର ସହିତ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସେ ୨୦୦୩ରେ ସିଆରପିଏଫରେ ଯୋଗଦେଇ ଦେଶ ମାତୃକାର ସେବାରେ ବ୍ରତୀ ରହିଥିଲେ। ୨୦୨୩ରୁ ସେ ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ସିଆରପିଏଫ କ୍ୟାମ୍ପରେ ଦାୟିତ୍ଵ ନିର୍ବାହ କରି ଆସୁଥିଲେ। ଘରେ ତାଙ୍କର ବିଧବା ସ୍ତ୍ରୀ ସହିତ ୧୫ ବର୍ଷର ଝିଅ ଅଛନ୍ତି। କରଙ୍ଗାପାଳର ମହାବୀର କୁଙ୍କାଲଙ୍କ ସେ ଥିଲେ ବଡ଼ ପୁଅ। ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *