ବହୁ ଲୋକଙ୍କର ରୋଷେଇ ଘର ଅସନା ଅପରିଷ୍କାର ହୋଇରହିଥାଏ। ଏପରି ଘରର ପରିବାର ସଦସ୍ୟଙ୍କ ଜାତକରେ ବିଭିନ୍ନ ଗ୍ରହଙ୍କର କୁପ୍ରଭାବ ପଡ଼ିଥାଏ। କୁହାଯାଏ ଯେ, ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ରାତିର ଅଇଁଠା ବାସନକୁ ସକାଳ ଯାଏଁ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ସର୍ବଦା ଧନର ଅଭାବ ହୋଇଥାଏ। ଶୋଇବା କକ୍ଷର ବିଛଣା ସର୍ବଦା ସଫାସୁତୁରା ରଖିବା ଉଚିତ। ବିଛଣା ଅପରିଷ୍କାର ହେଲେ ବାସ୍ତୁ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଲାଗି ରହିଥାଏ। ଗୃହର ସମ୍ମୁଖରେ ଜୋତାଚପଲ ଏଣେତେଣେ ପକାଇବା ଉଚିତ ନୁହେଁ। ଏହାଛଡ଼ା ଘରର ବାହାରକୁ ପିନ୍ଧି ଯାଉଥିବା ଜୋତା ଘର ଭିତରେ ପିନ୍ଧନ୍ତୁ ନାହିଁ। ଏହା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଘରର ମହିଳାଙ୍କୁ ପ୍ରତି ଶୁକ୍ରବାର ଦିନ ଶ୍ରୀ ଲକ୍ଷ୍ମୀ ସ୍ତବ ପାଠ କରିବା ଉଚିତ।


