ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

ଜିବନଚର୍ଯ୍ୟI ମନୋରଞ୍ଜନ
Spread the love

ନିଘୋଡ଼ ନିଦକୁ ଯିବା ପରେ କେତେଜଣ ଘୁଙ୍ଗୁଡ଼ି ମାରିଥାନ୍ତି। ଏହା କାରଣରୁ ଅନ୍ୟର ନିଦ ବ୍ୟାଘାତ ହେଉଥିବାବେଳେ ଘୁଙ୍ଗୁଡ଼ିକୁ କମ୍ କିମ୍ବା ନିୟନ୍ତ୍ରଣ କରିବା ସହଜ କଥା ନୁହେଁ। – ବିଶେଷଜ୍ଞଙ୍କ ମତରେ ଘରୋଇ ସରଳ ଉପାୟରେ ଘୁଙ୍ଗୁଡ଼ିକୁ କମ୍ କରିହେବ। ପ୍ରତିଦିନ ଗୁଜୁରାତି ଚା’ ପିଇବା କିମ୍ବା ଗୋଟିଏ ଗୁଜୁରାତିକୁ ଭୋଜନ ପରେ ଚୋବାଇ ଖାଇବା ଭଲ। ଶୋଇବାର ୩୦ ମିନିଟ୍ ପୂର୍ବରୁ ଉଷୁମ ଖିରରେ ଗୁଜୁରାତି ଗୁଣ୍ଡ ଅଧ ଛୋଟ ଚାମଚ ମିଶାଇ କିଛିଦିନ ପିଇଲେ ଘୁଙ୍ଗୁଡ଼ି ସମସ୍ୟା ସମାଧାନ ହୋଇଥାଏ। – ଘୁଙ୍ଗୁଡ଼ିରୁ ବର୍ତ୍ତିବାର ଅନ୍ୟ ଏକ ଉପାୟ ହେଉଛି ନିଜ ଭୋଜନରେ ଅଳ୍ପ ପରିମାଣର ଶୁଦ୍ଧ ଦେଶୀ ଘିଅ ମିଶାନ୍ତୁ। ରୁଟିରେ ଅଧ ଚାମଚ ଘିଅ ମିଶା ଖାଇଲେ ତାହା ଭଲ ନିଦ ହେବାରେ ସହାୟକ ହେବା ସହ ଘୁଙ୍ଗୁଡ଼ି କମ୍ କରେ।

Leave a Reply

Your email address will not be published. Required fields are marked *