ଇନ୍ଦିପୁର ସଚ୍ଚିଦାନନ୍ଦ ଉଚ୍ଚ ମକ୍ଷଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଯୁବ କେନ୍ଦ୍ର ନୂଆଦିଲ୍ଲୀ, ମ୍ପାସା ଇଣ୍ଡିଆଏବଂ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ ୟୁଥ ଡେଭେଲପମେଟ୍ ଦ୍ବାରା ବୃକ୍ଷ ରୋପଣ ଓ ବିଶ୍ୱ ପରିବେଶ ଦିବସ ପାଳିତହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ ପ୍ରଦୀପ କୁମାର ମିଶ୍ର ସଭାପତି ଭାବରେ ବୃକ୍ଷ ରୋପଣର ଉପକାରିତାଏବଂ ପରିବେଶ ଉପରେ ତାର ପ୍ରଭାବ ସମ୍ବନ୍ଧରେ ସାର ଗର୍ଭକ ତଥ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଶିକ୍ଷାବିତ ପ୍ରଭାତ କୁମାର ସାମଲ ଯୋଗଦେଇ ମାଆ ପାଇଁ ଗଛଟିଏ ସ୍ଲୋଗାନ ଦେଇଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ ନିମନ୍ତେ ଉତ୍ସାହିତ କରିଥିଲେ । ସନମାନିତ ଅତିଥୁ ଭାବରେ ସମାଜସେବୀ ପ୍ରକାଶକୁମାର ଦାଶ ଯୋଗଦେଇ ପାଂଚ ପାଣ୍ଡବଙ୍କୁ ହାତର ପାଂଚ ଆଙ୍ଗୁଳି ଓ ଦ୍ରୌପଦୀଙ୍କୁ ପାପୁଲି ଆଖ୍ୟା ଦେଇ ପରିବେଶସୁରକ୍ଷା ସମ୍ବନ୍ଧରେ ବୁଝାଇଥିଲେ । ଆଇଆଇଓ୍ବାଡିର ସଭ୍ୟ ଏବଂ ଆଶୀର୍ବାଦ ସଂଗଠନର ନିର୍ଦେଶକ ଅମ୍ବିକା ପ୍ରସାଦମିଶ୍ର ପରିବେଶର ଚାରୋଟି ଉପାଦାନ ଯଥା ଜଳ, ପରିମଳ, ସଚ୍ଛତା ଓ ବୃକ୍ଷ ରୋପଣ ବିଷୟରେ ସୂଚନା ଦେଇଥିଲେଏବଂ ଆଦିମ ଯୁଗର ଖାଦ୍ୟ, ବସ୍ତ୍ର, ବାସଗୃହ ଆଧୁନିକ ଯୁଗରେ କିପରି ଯଥେଷ୍ଟ ବିକାଶ ହେଇଛି ହେଲେ ଆଦିମଯୁଗର ପରିମଳ ସମ୍ବଧୀୟ କୁଅଭ୍ୟାସ କିପରି ଆଜି ବି ଆମର ରହିଛି ଏବଂ ସେଥିପାଇଁ ( ଆ.ମା.ପା.ପ.ଖା ) ଯଥାଆଙ୍ଗୁଳି, ମାଛି. ପାଣି, ପବନ ଓ ଖାଦ୍ୟ କିପରି ଦୂଷିତ ହେବା ସହିତ ପରିବେଶ ଓ ଜଳବାୟୁ ଦୂଷିତ ହେଉଛି ଆଉଆମର ସ୍ୱାସ୍ଥ୍ୟ ଖରାପ ହେଉଛି ହୃଦୟ ସ୍ପର୍ଶୀ ଆଲୋଚନା କରିଥିଲେ । ଅନବରତ ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ଵେବିଦ୍ୟାଳୟର ଛାତ୍ର ଛାତ୍ରୀ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀଙ୍କୁ ମିଶାଇ ୨୧୨ ଜଣ ଅଂଶ ଗ୍ରହଣ କରିଥିଲେ ଓପରିସର ମଧ୍ୟରେ ଜାମୁ, ଅଁଳା, ନିମ୍ବ, ବରକୋଳି, ବଉଳ, ଆତ ଇତ୍ୟାଦି ୫୨ ଗୋଟି ବୃକ୍ଷ ରୋପଣ କରିଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମରେନ୍ଦ୍ର ସିଂ, ପ୍ରହଲାଦ ନାୟକ ଡ. ପୁଷ୍ପଲତା ରଥ, ଦୀପ୍ତିବାଳା ମିଶ୍ର, ପ୍ରଦୀପ୍ତସାଇଁ, ଶ୍ରୀକାନ୍ତ ରାଉତ, ଆଶିଷ ପଣ୍ଡା, ଶଶିକାନ୍ତ କର, ଦେବୀପ୍ରସାଦ ପତି, ସୁଶୀଲ ନାୟକ, ସୁଧୀର ମହାପାତ୍ର,ନିହାର ରଞ୍ଜନ ମଲ୍ଲିକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ ପ୍ରଦାନକରିଥିଲେ ।
ଓଡାପଡା ରୁ ସୁବାଷ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ..
