ଆସେଟ୍ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ୭୭ ତମ ସ୍ବାଧୀନତା ଦିବସ ପାଳିତ

ଢେଙ୍କାନାଳ ଖବର
Spread the love


ଢେଙ୍କାନାଳ ସହରସ୍ଥିତ ରଥଗଡା ଠାରେ ଥିବା ଆସେଟ୍ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ
ଆଜି ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଅଛି । ଅନୁଷ୍ଠାନର ମୁଖ୍ୟ ପ୍ରଭାତ ଦେହୁରୀ ପାରମ୍ପରିକ
ଭାବେ ପତାକା ଉତୋଳନ କରୀ ସ୍ବାଧୀନତା ଦିବସ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ
। ଏହି ଉତ୍ସବରେ ଅନେକ ଅତିଥ୍ ଓ ଶତାବ୍ଦିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିବା
ସହିତ ମହାପୁରୁଷଙ୍କ ଜୟଗାନ କରିଥିଲେ । ବହୁ ଆନନ୍ଦ ଉଲ୍ଲାସରେ ସାଧୀନତା ଦିବସକୁ ପାଳନ କରିଥିଲେ
। ଏହି ଅବସରରେ ଚିତ୍ରାଙ୍କନ, ତର୍କ, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ମଧୁସ୍ତିତା, ସୁରଞ୍ଜିତା,
ସ୍ମୃତିପ୍ରଭା, ଆକାଂକ୍ଷା, ପ୍ରଜ୍ଞା ପରମିତା, ଦିବ୍ୟସ୍କୃତି, ପୂଜା, ପ୍ରଦ୍ୟୁମ୍ନ, ସପ୍ନାରାଣୀ ଓ ମାମାଲି ଆଦି କୃତି
ଛାତ୍ରଛାତ୍ରୀମାଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଅନୁଷ୍ଠାନର ଶିକ୍ଷକଶିକ୍ଷୟତ୍ରୀ ଶିଳ୍ପା ନାୟକ, ଶକ୍ତିମୟୀ
ମହାପାତ୍ର, ପ୍ରତିଭା ପାଣି, ପ୍ରିୟଙ୍କା ସାହୁ, ଭେନମ୍ ରେପ୍‌ଲିକା, ଅବିନାଶ ସାହୁ, ଆଦିତ୍ୟ ନାୟକ, ଏଲିନା
ସାହୁ, ପୂଜାରାଣୀ ସାହୁ, ନରେଶ ପଟ୍ଟନାୟକ, ସୌମ୍ୟବ୍ରତ ସାହୁ, ସୁମନିକା କାଣ୍ଡି, ସୁଶ୍ରୀ ଶ୍ଵେତପଦ୍ମା,
ଅନିତା ନାଏକ ଓ ସୁଶିଲ୍ କୁମାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନ କରିଥିଲେ ।
ପରିଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ଅନୁଷ୍ଠାନର ମୁଖ୍ୟ ପରିଚାଳିକା ବିଜୟଲକ୍ଷ୍ମୀ
ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *