ଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ଏବଂ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ମୋ ଢେଙ୍କାନାଳ ଡିଜିଟାଲ ଚ୍ୟାନେଲର ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ଲକସ୍ତରୀୟ “ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ “ମୋ ପ୍ରତିଭା ମୋ ପରିଚୟ” ସାଂସ୍କୃତିକ ଓ ଶିକ୍ଷା ଭିତ୍ତିକ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।।
ତା ୩୦.୯.୨୦୨୩ରିଖ ସଦର ବ୍ଲକ ଓ ପୌରାଞ୍ଚଳ ନିମନ୍ତେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସଦର ବ୍ଲକ ଏବଂ ସହର ନିମନ୍ତେ ବ୍ଲକ ସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ଓ ମୋ ପ୍ରତିଭା ମୋ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।।
ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଯଥା ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା, ସଙ୍ଗୀତ, ନୃତ୍ୟ ଓ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ସଦର ବ୍ଲକ ଓ ସହରର ବିଭିନ୍ନ ସ୍କୁଲର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ଏବଂ ଏଥିରେ ବିଚାରକ ରୂପେ ପରେଶ ଚନ୍ଦ୍ର ପଟ୍ଟନାୟକ, ଶତ୍ରୁଘ୍ନ ମାଟି, ବିଜୟ କୁମାର ମିଶ୍ର, ସସ୍ମିତା ଦାଶ, ମଧୁସ୍ମିତା ସାହୁ, ଅର୍ପିତା ମିଶ୍ର ଓ ଅନ୍ୟାନ୍ୟ ବିଚାରକ ଯୋଗଦେଇ ପ୍ରତିଭାର ମୂଲ୍ୟାଙ୍କନ କରି ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ କୃତି ପ୍ରତିଯୋଗୀଙ୍କୁ ମନୋନୀତ କରିଥିଲେ ।।
ଏହି ବ୍ଲକସ୍ତରୀୟ ମହୋତ୍ସବକୁ ପୌରପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଉଦ୍ଘାଟକ ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଇଓ ବ୍ରହ୍ମାନନ୍ଦ ରାଉତ, ସମାଜସେବୀ ମଳୟ ରଞ୍ଜନ କାନୁନଗୋ, ୧୧ନମ୍ବର କାଉନସିଲର ଲକ୍ଷ୍ମୀପ୍ରିୟା ଦଳେଇ, ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ, ଯୁବ ସମାଜସେବୀ ସୌମ୍ୟା ମିଶ୍ର
ଏବଂ ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରମୁଖ ଯୋଗଦେଇ ଉଦ୍ଘାଟନ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ ଯୋଗ ଦେଇ ମୋ ଢେଙ୍କାନାଳର ଏହି ନିଆରା କାର୍ଯ୍ୟକ୍ରମକୁ ଢେଙ୍କାନାଳରେ କରିଥିବାରୁ ଚ୍ୟାନେଲ କୁ ଧନ୍ୟବାଦ୍ ଦେବା ସହ ଏହାର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଭୂୟଂସି ପ୍ରଶଂସା କରିଥିଲେ।।
ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଯୁବ ଉଦ୍ୟୋଗୀ ତଥା ସମାଜସେବୀ ଅବିନାଶ ସାମଲ, ଡ଼ଃ ରଜନୀକାନ୍ତ ତରାଇ, ପ୍ରମୁଖ ଯୋଗଦେଇ ମୋ ଢେଙ୍କାନାଳର ଏହି ପ୍ରୟାସକୁ ସ୍ୱାଗତ ଜଣାଇବା ସହ ସାଧୁବାଦ ଜଣାଇଥିଲେ । ଗୁରୁଦେବଜୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ମୋ ଢେଙ୍କାନାଳର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରଥମେ ମୋ ଢେଙ୍କାନାଳର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିବା ପରେ ସମସ୍ତ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ସଦସ୍ୟସଦସ୍ୟା ଓ ସହଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ଓ କହିଥିଲେ ଜିଲ୍ଲା ପ୍ରତି ସମର୍ପିତ ହୋଇ ସମସ୍ତେ ପ୍ରେମରେ କୁହନ୍ତୁ ମୋ ଢେଙ୍କାନାଳ ! ଏହି କାର୍ଯ୍ୟକ୍ରମକୁ ବ୍ଲକ କମିଟିର ଆବାହକ ଇନ୍ଦ୍ରଜିତ ସାହୁ, ଗୁରୁଦେବଜୀ ଫାଉଣ୍ଡେସନର , ଡାର୍ଲିଂନ୍ ଡାଲଟନ, ପ୍ରତାପ ନାୟକ, ସୌଭାଗ୍ୟ ବରାଳ, କାହ୍ନାଜି ମହାରଣା, ସତ୍ୟଜିତ ଦଳେଇ,
ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଦୀପ୍ତିବାଳା ମିଶ୍ର ପରିଚାଳନା କରିଥିବା ବେଳେ ଆଶୁତୋଷ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।