ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହାବିଦ୍ୟାଳୟର ପରିସର ମଧ୍ୟରେ ଭାରତ ସରକାରଙ୍କର ୭୫ତମ ସ୍ୱାଧିନତା ବର୍ଷ ପୂର୍ତ୍ତି ଅବସରରେ ମେରାମାଟିମେରା ଦେଶ ଅମୃତ ମହୋସବ ଅନୁଷ୍ଠିତ ହୋଇଯାଇଛି । କାମାକ୍ଷାନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ମଙ୍ଗୁଳିଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଓ ଜାତୀୟ ସେବା ଯୋଜନାର ପରିଚାଳକ ଅଧ୍ୟାପକ ରଶ୍ମିରଞ୍ଜନ ସେନାପତିଙ୍କ ଆୟୋଜନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାମାକ୍ଷାନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଦେଶ ଓ ମାଟି ପାଇଁସହିଦ୍ ହୋଇଥିବା ବୀର ସୈନିକ ଓ ସଂଗ୍ରାମୀ ପରିବାର ଦାୟଦଙ୍କୁ ଉତ୍ସାହିତ କରିବାସହ ଅତୁଳନୀୟ ଅବଦାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଭାରତର ସର୍ବକନିଷ୍ଠ ସହିଦ ବାଜିରାଉତ କାମାକ୍ଷାନଗର ମାଟିର ସଂଗ୍ରାମୀ ପରିବାରଙ୍କୁ ସମ୍ମାନୀତ କରିଥିଲେ । ସଂଗ୍ରାମୀ ମୂଷା ମଲ୍ଲିକଙ୍କ ସ୍ତୁତି ଉଦ୍ଦେଶ୍ୟରେ ତାଙ୍କର ନାତୁଣୀ ବୋହୁ ଅଧ୍ୟାପିକା ଲିପ୍ସା ପ୍ରଧାନଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ଭାବରେ ସଂଗ୍ରାମୀ କୁଳମଣି ପ୍ରଧାନଙ୍କ ଉଦ୍ଦେଶ୍ୟରେ ତାଙ୍କର ନାତୀ ରମେଶଚନ୍ଦ୍ର ପ୍ରଧାନ, ସଂଗ୍ରାମୀ ବାଇଧର ସ୍ୱାଇଁଙ୍କ ନାତୀ ମୀନ କେତନ ସ୍ୱାଇଁ,ଅଜିତ କୁମାର ସାହୁଙ୍କ ବାପା ସନ୍ତୋଷ କୁମାର ସାହୁ ଓ ଅବସର ପ୍ରାପ୍ତ ସୈନିକ ବିରଞ୍ଚି ନାରାୟଣ ମହାପାତ୍ର, ଈଶ୍ଵର ଚନ୍ଦ୍ର ପଣ୍ଡା, ଅଶ୍ୱିନ କୁମାର ମହାପାତ୍ର, ଡମ୍ବରୁଧର ରାଉତ, ରବିନାରାୟଣ ସାହୁ, ପର୍ଶୁରାମ ଭୂୟା, ଶିର୍ଶିରକାନ୍ତ ନାୟକ, ପଞ୍ଚାନନ ପରିଡା, ଦୁର୍ଯୋଧନ ପାଢୀ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ସହକାରୀ ଉପଜିଲ୍ଲାର ପାଳ ମଦନ ମୋହନ ଜେନା, ଓକିଲ ସଂଘର ସଭାପତି ଧର୍ମାନନ୍ଦ ମଲ୍ଲିକ୍ ଓ ପ୍ରମୁଖ ବୟୋଜ୍ୟେଷ୍ଠ ସୈନିକ ମଞ୍ଚାସିନ ଥିଲେ । ଅଧ୍ୟାପକ ପ୍ରସନ୍ନ କୁମାର ନାୟକ, ସତ୍ୟନାରାୟଣ ମିଶ୍ର ଓ କଲେଜର କର୍ମଚାରୀ ଶରତ ରାଉତ ସହଯୋଗ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଢେଙ୍କାନାଳରୁ ଅକ୍ଷୟ କୁମାର ନନ୍ଦଙ୍କ ରିପୋଟ DHENKANAL NEWS