ରାସୋଳ ନୂଆପାଟଣାରେ ଶରତ ରାସ ଉତ୍ସବ ପାଳିତ

ଢେଙ୍କାନାଳ ଖବର
Spread the love

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳ ବ୍ଲକ ର ରାସୋଳ ଗ୍ରାମ ପଞ୍ଚାୟତ ନୂଆପାଟଣା ଗ୍ରାମରେ ଆଜକୁ ପ୍ରାୟ ୧୦୭ ବର୍ଷ ପୂର୍ବରୁ ଶରତ ରାସ ଉତ୍ସବ ଅନୁଷ୍ଠିତ ହୋଇ ଆସୁଅଛି । ଏହି ରାସ ଉତ୍ସବକାର୍ତ୍ତିକ ମାସ ଦଶମୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଳିତ ହୋଇ ଆସୁଛି। ଏହି ଶରତ ରାସ ହିନ୍ଦୋଳ ବ୍ଳକ ର ପ୍ରସିଦ୍ଧ ଯାତ୍ରା। ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଠାକୁର ଙ୍କ ଦର୍ଶନ ନିମନ୍ତେ ଆସନ୍ତି । ଏହି ରାସ ପାଞ୍ଚ ଦିନ ପାଇଁ ପାଳିତ ହୋଇଥାଏ। ସବୁଦିନ ସକାଳ ଓ ସନ୍ଧ୍ୟା ସମୟରେ ଷୋଳ ଉପଚାର ପୂଜା କରାଯାଏ । ରାସ ଉତ୍ସବର ପ୍ରଥମ ରାତି ଅଧିବାସ ,ଦ୍ୱିତୀୟ ରାତି ଫୁଲ ତୋଳା , ତୃତୀୟ ରାତି ଦୋଳା ଲୀଳା , ଚତୁର୍ଥ ରାତି ବୀରବେଶ , ଶେଷ ରାତି ରାଇ ରାଜା ଆଦି କାର୍ଯ୍ୟକ୍ରମ ହୋଇଥାଏ । ଏଥିରେ ଛୋଟ ଛୋଟ କୋମଳ ମତି ନଅ ଜଣ ବାଳକ ଙ୍କୁ ନେଇ ଅନୁଷ୍ଠିତ ହୋଇଥାଏ। ଏହି ରାସ ତIଳ ପୋଥି ଆଧାରିତ ବଙ୍ଗଳା ଭାଷାରେ ଅନୁଷ୍ଠିତ ହୋଇଅଛି। ପୋଥି ଅନୁଶାରେ ରାତ୍ର ୧୦ ଘଣ୍ଟାରୁ ସକାଳ ୬ଘଣ୍ଟା ପର୍ଯ୍ୟନ୍ତ ଶରତ ରାସ କରନ୍ତି । ଏଠାରେ ଯିଏ ଜାହାର ଯାହା ମାନସିକ କରନ୍ତି ତାହା ସିଦ୍ଧ ଲାଭ ହୁଏ । ଓଡ଼ିଶା ର ବହୁ ଜିଲ୍ଲା ରୁ ଭକ୍ତ ମାନେ ଦର୍ଶନ ନିମନ୍ତେ ଆସିଥାନ୍ତି । ଏହି ଶରତ ରାସ ଆରମ୍ଭ ଦିନଠାରୁ ଗ୍ରାମବାସୀ ମାନେ ହଳଦିଆ ପଞ୍ଜାବୀ ଓ ଧୋତି ପିନ୍ଧିଥାନ୍ତି। ଗ୍ରାମ ବାସୀ ଓ ଭକ୍ତମାନେ ଗୋଟିଏ ଜାଗାରେ ଏକାଠି ହୋଇ ଅରୁଆ ଅନ୍ନ ପ୍ରସାଦ ଭୋଜନ କରନ୍ତି । ପୂର୍ଣ୍ଣିମା ଦିନ ରାତ୍ର 9 ଘଟିକା ସମୟ ରେ ବାଜା , ଲାଇଟ, ଗଉଡ ବାଡି ନୃତ୍ୟ, ଓ ଡିଜେ, ନାଚ ମାଧ୍ୟମ ରେ ରାଧାକୃଷ୍ଣ ଓ ୭ ଜଣ ସଖୀ ମାନଙ୍କୁ ଗ୍ରାମ ପରିଭ୍ରମଣ କରିଥିଲେ । ଆଜି ଦିବା ୧୧ଘଣ୍ଟାରେ ପୂର୍ଣ୍ଣ ଆହୁତି କରାଯାଇଛି ।ଗ୍ରାମର ସଭାପତି ମହୁର ସାହୁ , ସମ୍ପାଦକ ନିତ୍ୟାନନ୍ଦ ପୃଷ୍ଟି , ରବି ନାରାୟଣ ପୃଷ୍ଟି , ବିଜୟ ନାରଣ ଖୁଣ୍ଟିଆ, ବିନୋଦ ଖୁଣ୍ଟିଆ , ବିନୟ ପୃଷ୍ଟି , ଓ ରାସୋଳ ସରପଞ୍ଚ ଦିବାକର ନାୟକ ଙ୍କ ତତ୍ବାବଧାନରେ ରାସ ଉତ୍ସବ ପାଳିତ ହୋଇଥିଲା ହିନ୍ଦୋଳ ରୁ ପ୍ରଭାସ ଖୁଣ୍ଟିଆ ରିପୋର୍ଟ ଢେ଼ଙ୍କାନାଳ ନ୍ଯୁଜ.

Leave a Reply

Your email address will not be published. Required fields are marked *