୩ଜଣ ଲୁଟେରାଙ୍କୁ ଗିରଫ କଲା ପରଜଙ୍ଗ ପୋଲିସ୍‌ଟାଟା ଟିଆଗୋ କାର୍ ସହିତ ୩ହଜାର ଓ ମୋବାଇଲ ଜବତ ।ପ୍ରେସମିଟ୍ ରେ ଏସ୍‌.ଡ଼ି.ପି. ଓ ଦେଲେ ସୂଚନା l

ଅପରାଧ
Spread the love


ଢେଙ୍କାନାଳ- ୨୩/୦୧ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ଥାନା ଜାତୀୟ ରାଜପଥ ୫୩ ନମ୍ବର ର ବାରୀହା ପୁର ଠାରେ ଏକ ସିମେଣ୍ଟ ବୋଝେଇ ଟ୍ରକ କୁ ଅଟକାଇ ଡ୍ରାଇଭର କୁ ମାଡ଼ ମାରି ତା ଠାରୁ ୩ ହଜାର ଟଙ୍କା, ମୋବାଇଲ, ଗାଡ଼ିର କାଗଜପତ୍ର ଏବଂ ଗାଡ଼ି ଚାବି ନେଇ ପଳାଇ ଯାଇଥିଲେ। ଗତ ୨୨/୦୧/୨୪ ତାରିଖ ଦିନ ଭୋର ୩ ଟା ୩୦ ମିନିଟ ରେ ଏହି ଘଟଣା ଘଟାଇ ଫେରାର ହୋଇଯାଇଥିଲେ ୪ ଜଣ ରାଜରାସ୍ତା ଲୁଟେରା ଏକ ଟାଟା ଟିଆଗୋ କାର ସହିତ। ସୂଚନା ଥାଉକି ରାମନାଥ ୟାଦବ (୪୨) ସିଦ୍ଧି, ମଧ୍ୟ ପ୍ରଦେଶ ଅଞ୍ଚଳର , ସେ ଏକ ସିମେଣ୍ଟ ବୋଝେଇ ଟ୍ରକ ଯାହାକି ଛତିଶ ଗଡ଼ ରୁ ଏକ ସିମେଣ୍ଟ କାରଖାନାରୁ ବାଲେଶ୍ଵର ଇମାମି ପେପର ମିଲ କୁ ସିମେଣ୍ଟ ନେଇ ଯାଉଥିଲା। ଏହି ସିମେଣ୍ଟ ବୋଝେଇ ଟ୍ରକ କୁ ପିତିରି ଛକ ପାର ହେଲା ପରେ ଓଡି ୩୫ ବି ୨୪୭୨ ଏକ ଏକ ଟାଟା ଟିଆଗୋ କାର ରେ ଗାଡ଼ି ଟିକୁ ଫୋଲୋ କରିଥିଲେ। ପ୍ରାୟ୭ ରୁ ୮ କିଲୋମିଟର ଯିବା ପରେ ବାରିହାପୁର ଠାରେ ଲାଇନ୍ ଚା ଦୋକାନ ଖୋଲାଥିବା ଦେଖି ଟ୍ରକ୍ ଟିକୁ ଅଟକାଇବା କାର ରୁ ୪ ଜଣ ସଂଗେସଂଗେ ଓହ୍ଲାଇ ଆସି ଡ୍ରାଇଭର କୁ ପ୍ରବଳ ମାଡ଼ ମାରିଥିଲେ ଏବଂ ଡ୍ରାଇଭର ଠାରୁ ଥିବା ୩ ହଜାର ଟଙ୍କା , ମୋବାଇଲ , ଗାଡ଼ିର କାଗଜପତ୍ର, ଏବଂ ଗାଡ଼ି ଚାବି ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। କିଛି ଭାବିବା ପୂର୍ବରୁ ଚା ଦୋକାନ ଲୋକମାନେ ପାଖକୁ ଆସିଲା ବେଳକୁ ଘଟଣା ଘଟାଇ ସେଠାରୁ ଚଂପଟ ମାରିଥିଲେ ହାଇୱା ଲୁଟେରା। ଚା ଦୋକାନୀ ଓ ପାଖ ଲୋକମାନେ ଘଟଣା ସମ୍ପର୍କରେ ପରଜଙ୍ଗ ପୋଲିସ ଷ୍ଟେସନ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସବିଶେଷ ଘଟଣା ଜାଣିବା ପରେ ଚା ଦୋକାନୀ ଙ୍କ ଠାରୁ କାର ନମ୍ବର ପାଇ ପରଜଙ୍ଗ ପୋଲିସ କାର ନମ୍ୱର୍ ଉପରେ ଖୋଳତାଡ଼ ଆରମ୍ଭ କରିଥିଲା। କାର ଟି ଡେରା ଅଞ୍ଚଳର ବୋଲି ଜଣାପଡିଥିଲା। ଘଟଣା ର ଖୋଳତାଡ଼ ପରେ ୩ ଜଣଙ୍କୁ ଗିରଫ କରିଥିଲା ପରଜଙ୍ଗ ପୋଲିସ। ଗିରଫ ୩ ଜଣ ହେଲେ ସୁରେଶ ନାଏକ ଙ୍କ ପୁଅ ନନ୍ଦନ ନାଏକ (୧୯) ବାଘୁଆବୋଲ ତାଳଚେର ଅଞ୍ଚଳର, ବାପି ନାଏକ ଙ୍କ ପୁଅ କାହ୍ନା ନାଏକ (୨୦) ରେମୁଆଁ ତାଳଚେର ଅଞ୍ଚଳର, କରୁଣାକର ସାହୁ ଙ୍କ ପୁଅ ପାପୁନ କୁମାର ସାହୁ (୨୩) ଡେରା ତାଳଚେର କଳିଆରୀ ଅଞ୍ଚଳର ବୋଲି ଜଣାପଡିଛି। ଏମାନଙ୍କର ତାଳଚେର , ଅନୁଗୁଳ ଅଂଚଳରେ ବିଭିନ୍ନ ଥାନାରେ ବହୁ କେସ ସହ ସଂଶ୍ଳିଷ୍ଟ ଅଛନ୍ତି। ଏମାନଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ନେଇଥିବା ୩ ହଜାର ଟଙ୍କା, ଗାଡ଼ିର କାଗଜପତ୍ର, ମୋବାଇଲ ଫୋନ ସହିତ ବ୍ୟବହୃତ ହୋଇଥିବା ଟାଟା ଟିଆଗୋ କାର ଟିକୁ ମଧ୍ୟ ଜବତ କରିଛି ପରଜଙ୍ଗ ପୋଲିସ। ଏହା ନେଇ ସୂଚନା ଦେଇଛନ୍ତି କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପ୍ରଭାତ କୁମାର ତ୍ରିପାଠୀ। ତାଙ୍କ ସହିତ ପରଜଙ୍ଗ ଥାନା ର ଭାରପ୍ରପ୍ତ ଅଧିକାରୀ ପ୍ରଭାତ କୁମାର ଦାସ ଏବଂ ସବ ଇନ୍ସପେକ୍ଟର ଦେବଗ୍ରହି ପାଣିଗ୍ରାହୀ। ଏ ନେଇ ପରଜଙ୍ଗ ଥାନା ରେ ୩୩/୨୦୨୪ କେସ ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଢେଙ୍କାନାଳରୁ ଅକ୍ଷୟ କୁମାର ନନ୍ଦଙ୍କ ସ୍ୱତନ୍ତ୍ର ରିପୋର୍ଟ ଢେଙ୍କାନାଳ ନ୍ଯୁଜ..

Leave a Reply

Your email address will not be published. Required fields are marked *