ଭୟାନକ ସଡ଼କ ଦୁର୍ଘଟଣା ରେ ଗୁରୁତର ଙ୍କୁ ହସ୍ପିଟାଲ ପଠାଇଲେ ମାରୁତି ସେନା…

Uncategorized
Spread the love

ଢେଙ୍କାନାଳ ଜିଲ୍ଲାରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜାତୀୟ ରାଜପଥ ୫୫ ରେ ଘଟିଥିବା ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ପଠାଇ ମାନବିକତାର ପରିଚୟ ଦେଇଛି ମାରୁତି ସେନା।ଗତ ରାତି ପ୍ରାୟ ସାଢେ ୧୧ଟା ସମୟରେ ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ସାଇଁବିରୀ ବସଷ୍ଟାଣ୍ଡ ନିକଟ ଜାତୀୟ ରାଜପଥ ୫୫ ରେ ଘଟିଥିଲା ଏହି ଭୟାନକ ଦୁର୍ଘଟଣା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଓ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଥିଲା।ସ୍ଥାନୀୟ ମାରୁତି ସେନା ସଦସ୍ୟ ସୋନାଲ କୁମାର ରାଉତ ଓ ଅନ୍ୟ ସ୍ଥାନୀୟ ଯୁବକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ପଠାଇଥିଲେ।ଘଟଣା ସମ୍ପର୍କରେ ଖବର ପାଇବା ପରେ ମାରୁତି ସେନା ଢେଙ୍କାନାଳ ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରା ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପାଇଁ ପଦକ୍ଷେପ ନେଇଥିଲେ। ଗୁରୁତର ଆହତମାନେ ଯେପରି ଜରୁରୀକାଳୀନ ଚିକିତ୍ସା ପାଇପାରିବେ, ସେଥିପାଇଁ ଅନ୍ୟ ମାଧ୍ୟମରେ ସହଯୋଗ କରାଯାଉଥିବା କହିଛନ୍ତି ଜିଲ୍ଲା ସଭାପତି।ଏହି ଦୁର୍ଘଟଣାରେ ମହିଧରପୁର ଅଞ୍ଚଳର ଦିବସ ଷଣ୍ଢ ନାମକ ଜଣେ ୩୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କ ଗୋଡ଼ ଭାଙ୍ଗିଯାଇଥିବା ସହ ପ୍ରଚୁର ରକ୍ତସ୍ରାବ ହେଉଥିଲା। ପ୍ରଥମେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପରେ କଟକ ବଡ ଡାକ୍ତରଖାନାକୁ ରେଫର କରାଯାଇଛି। ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଚାଲିଛି।ଢେଙ୍କାନାଳ ଜିଲ୍ଲାରେ ଜାତୀୟ ରାଜପଥରେ ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଉଦବେଗ ପ୍ରକାଶ ପାଇଛି। କିଛି ବୁଦ୍ଧିଜୀବୀ ଏହି ଜାତୀୟ ରାଜପଥକୁ “ଜମଦୁଆର” ବୋଲି କହିଛନ୍ତି। ରାତି ସମୟରେ ପୋଲିସ ପେଟ୍ରୋଲିଂକୁ ଆହୁରି କଡାକଡି କରିବା ପାଇଁ ମାରୁତି ସେନା ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି।ଘଟଣା ପରେ ମାରୁତି ସେନାର ଅନ୍ୟ ସଦସ୍ୟମାନେ ମଧ୍ୟ ଆହତଙ୍କ ସହଯୋଗ ଓ ପରିସ୍ଥିତି ଉପରେ ନଜର ରଖିଥିଲେ। ସେମାନଙ୍କ ମଧ୍ୟରେ ଜଗନ ସାହୁ, ଚନ୍ଦନ ରାଉତ, ଶିବ ପ୍ରସାଦ ବାରିକ, ପ୍ରଫୁଲ୍ଲ ରାଉତ, ବିକ୍ରମ ଭଞ୍ଜ, ହୃଷୀକେଶ ରାଉତ, ସୁଦର୍ଶନ ସାହୁ ଓ ନିକୁଞ୍ଜ ବିହାରୀ ରାଉତ ପ୍ରମୁଖ ସାମିଲ ଥିଲେ।ସଡ଼କ ସୁରକ୍ଷା ନେଇ ପୁଣି ଥରେ ଉଠିଛି ବଡ଼ ପ୍ରଶ୍ନ। ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ପ୍ରଶାସନ କେବେ କଡା ପଦକ୍ଷେପ ନେଉଛି, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *