ଢେଙ୍କାନାଳ ସହର ମୀନାବଜାର ଶ୍ରୀ ଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀଙ୍କର ନୂତନ ମନ୍ଦିର ରତ୍ନମୁଦ ଉତ୍ସବ ଅନୁଷ୍ଠିତହୋଇଯାଇଛି । ଗତକାଲି ଭାଗିରଥୀସାଗର କୂଳରୁ ଘଂଟ, ବାଦ୍ୟ ଓ ସଂକୀର୍ତନ ଦ୍ବାରା ସହର ପରିକ୍ରମା ପୂର୍ବକ କଳସଯାତ୍ରା ଅନୁଷ୍ଠିତହୋଇଯାଇଅଛି । ପୂଜା ପ୍ରତିଷ୍ଠାନ ବହୁ ପ୍ରତିକ୍ଷିତ ପୂଜା ପାଉଥିବା ବିଜେ ବିଗ୍ରହଙ୍କ ନୂତନ ମନ୍ଦିରର ଅଦ୍ୟ ବୁଧବାର ରତ୍ନମୁଦ କାର୍ଯ୍ୟ ଯଥାହୋମଯଜ୍ଞ ବିଧ୍ଵ ଅନୁସାରେ କରାଯାଇ ତତ୍ପରେ ବିଭିନ୍ନ ରତ୍ନ, ଶସ୍ୟ ଓ ଶୁଳ୍କଧାନକୁ ପୂଜା କରାଯାଇ ମନ୍ଦିର ଗର୍ଭ ପୂରଣ କରାଯାଇଥିଲା। ମୁଖ୍ୟ ଅତିଥ୍ୟ ଭାବେ ରାଜା କାମାକ୍ଷା ପ୍ରସାଦ ସିଂହଦେଓ, ରାଣୀ ସାବିତ୍ରୀ ଦେବୀ ଓ ଜେମା ଅନୁସୟା ଦେବୀ ଉପସ୍ଥିତ ରହି ମା’ଙ୍କପାଖରେ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ରତ୍ନମୁଦ କାର୍ଯ୍ୟକ୍ରମ ସମାପନ କରିଥିଲେ । ପୂର୍ବାହ୍ନରେ ବିଶେଷ ଅତିଥ୍ୟ ଭାବେ ରାଜ୍ୟ ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ରୁଦ୍ର ନାରାୟଣ ପାଣି, ନଗରପାଳିକା ଶ୍ରୀମତୀ ଜୟନ୍ତୀ ପାତ୍ର,ସମାଜସେବୀ ରାମଚନ୍ଦ୍ର ପାତ୍ର, ଗଙ୍ଗାଧର ସାମଲ, ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ସମାଜସେବୀ ପ୍ରଦ୍ୟୁମ୍ନ ରଥ ଓ କାଉନ୍ସିଲରଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏତଦ୍ବ୍ୟତୀତ ମୀନାବଜାର ପୂଜା ପ୍ରତିଷ୍ଠାନ ଟ୍ରଷ୍ଟ ଅଧିକ ଲଳିତ କୁମାର ପଟ୍ଟନାୟକ, ବଜାରପୂଜା କମିଟି ସଭାପତି ରବି ନାରାୟଣ ମହାନ୍ତି, ସଂପାଦକ ପିତବାସ ସାହୁ, ଟ୍ରଷ୍ଟ ଉପାଧ୍ୟକ୍ଷ ବିରଂଚିନାରାୟଣ ସାହୁ, କାର୍ଯ୍ୟକାରୀ ସଭାପତିନିରୋଦ ସାହୁ, ଟ୍ରଷ୍ଟର ବରିଷ୍ଠ ସଭ୍ୟ କୃଷ୍ଣ ଦେବତା, ଟ୍ରଷ୍ଟ କୋଷାଧ୍ୟକ୍ଷ ଲୋକନାଥ ମହାପାତ୍ର, ସଂପାଦକ ପ୍ରଫୁଲ୍ଲ ବେହେରା, ପୂଜାକମିଟିର କୋଷାଧ୍ୟକ୍ଷ ଦୟାନିଧ୍ ବେହେରା, ଜିତେନ୍ଦ୍ର ପଟ୍ଟନାୟକ, ଦିଲ୍ଲୀପ କୁମାର ସାହୁ, ଜି. ପରମେଶ୍ବର ରାଓ, କେଶବ ରାଓ ପ୍ରମୁଖଙ୍କସୁପରିଚାଳନାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ହିନ୍ଦୋଚା, ଜିତେଶ କୋଟକ୍, ରଜନ ପାତ୍ର,ପ୍ରଭାତ ଦଳେଇ, ଗିରିଜା ଶଙ୍କର ସାହୁ, ହେମନ୍ତ ଗଡନାୟକ, ସୁଧାଂଶୁ ସାହୁ, ବୀରବର ସାହୁ, ଆୟୁଷ ବେହେରା, ରନଦୀପ ସାହୁ,ଯଶୋବନ୍ତ ପଟ୍ଟନାୟକ, ଉଦୟନାଥ ବେହେରା, ରଞ୍ଜିତ୍ ସାହୁ, ଅଜିତ୍ ସାହୁ, ସୁଧାଂଶୁ କୁମାର ସାହୁ, ସୁବ୍ରତ କୁମାର ସାହୁ, ଶଶଧରପାତ୍ର, ଶ୍ରୀକାନ୍ତ ମହାପାତ୍ର, ବିରଂଚି ରଣା, ତାପସ ପାତ୍ରଙ୍କ ସମେତ ବହୁ ସଭ୍ୟ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ସହଯୋଗ କରିଥିଲେ। ପୂଜକ ସୁରେଶ ଭୂଷଣ ନନ୍ଦ, ମନୋରଞ୍ଜନ ତ୍ରିପାଠୀ ଓ ସୂର୍ଯ୍ୟନାରାୟଣ ଶତପଥୀ ଏବଂ ମନ୍ଦିର ପୂଜକ ରବିନାରାୟଣ ଦାଶ, କର୍ତାନରେନ୍ଦ୍ର ସାହୁ, କର୍ତୀ ମମତାରାଣୀ ସାହୁଙ୍କ ଉପସ୍ଥିତିରେ ସମସ୍ତ ପୂଜା ଅନୁଷ୍ଠିତ ହେଉଅଛି । ବିଶେଷ ଭାବରେ ସଂପାଦକ ପିତବାସ ସାହୁସମସ୍ତ କାର୍ଯ୍ୟ ସୂଚାରୁ ରୁପେ ତଦାରଖ କରିଥିଲେ ।
