ଢେଙ୍କାନାଳ ମିଳିତ ଗଣେଶ ପୂଜା ପ୍ରତିଷ୍ଠାନର ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ..

ଜିଲ୍ଲା ଢେଙ୍କାନାଳ ଖବର ମନୋରଞ୍ଜନ ରାଜନୀତି
Spread the love

ଢେଙ୍କାନାଳ ପୁରାତନ ଜିଲ୍ଲାପରିଷଦ ସଭାଗୃହ ଠାରେ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟିର ୪୦ଗୋଟି ବଜାରକ୍ଲବ୍‌ ସଭାପତି|ସମ୍ପାଦକମାନଙ୍କର ଏକ ସାଧାରଣ ସଭା କ୍ରିୟାନୁଷ୍ଠାନ କମିଟିର ସଭାପତି ସୁଧାଂଶୁ କୁମାର ଦଳେଇଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ହୋଇଥିଲା । ସଭାକାର୍ଯ୍ୟ ଆରମ୍ଭରେ ସଭାପତି ଉପସ୍ଥିତ ଥ‌ିବା ସମସ୍ତ କ୍ଲବ୍ ସଭାପତି/ସଂପାଦକମାନଙ୍କୁ ଧନ୍ୟବାଦ ଦେବାସହିତ ଚଳିତ ବର୍ଷ ଆସନ୍ତା ତା.୧୪.୦୯.୨୦୨୬ରିଖ ସୋମବାର ଦିନ ହେବାକୁ ଥିବା ପ୍ରଭୁ ଶ୍ରୀ ଗଣେଶ ଜୀଙ୍କ ପୂଜା ହେବା ସହିତଭସାଣୀ ଉତ୍ସବ କିପରି ଶାନ୍ତି ଶୃଙ୍ଖଳାରେ ହେବ ସେଥିପାଇଁ ବିସ୍ତୃତ ଆଲୋଚନା କରିବା ପାଇଁ ସାଧାରଣ ବୈଠକ ଡକାଯାଇଥିଲା ।ଏଜେଣ୍ଡା ଅନୁଯାୟୀ ପ୍ରଥମେ ଗତ ବର୍ଷର ଆୟବ୍ୟୟ ବିବରଣୀ ପାଠ କରାଗଲା ପରେ ଉପସ୍ଥିତ ଥ‌ିବା ସଦସ୍ୟ ଏହାକୁ ସମର୍ଥନ କରିକରତାଳି ମାଧ୍ୟମରେ ପାରିତ କରାଯାଇଥିଲା । ୨ୟ ପ୍ରସ୍ତାବ ଚଳିତ ବର୍ଷ ନୂତନ କର୍ମକର୍ତା ଚୟନ ଉପରେ ଆଲୋଚନା ପର୍ଯ୍ୟାଲୋଚନାପରେ ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟି ୨୦୨୬ ମସିହାର ସଭାପତି ଭାବେ ସୁଧାଂଶୁ କୁମାର ଦଳେଇ, ଉପ-ସଭାପତି ଭାବେସଞ୍ଜିବ କୁମାର ବେହେରା ଓ ବୀରବର ସାହୁ, ସାଧାରଣ ସଂପାଦକ ଭାବେ ସୁଶିଲ କୁମାର ଗୋଛାୟତ, ସହ-ସଂପାଦକ ଭାବେ ବିଶ୍ଵରଞ୍ଜନ ଓଝା ଓ ଚିନ୍ମୟ ପୃଷ୍ଟି, କୋଷାଧ୍ୟକ୍ଷ ଭାବେ ଅନିମେଶ ବେହେରାଙ୍କୁ ସର୍ବ ସମ୍ମତି କ୍ରମେ କରତାଲି ମାଧ୍ୟମରେ ମନୋନୀତ କରାଯାଇଥିଲା। ନୂତନ ସଭାପତି ସୁଧାଂଶୁ କୁମାର ଦଳେଇ ଉପସ୍ଥିତ ଥିବା ସମସ୍ତ ବଜାର କ୍ଲବ୍‌ ସଭାପତି ଓ ସଂପାଦକ ନୂତନ କମିଟିର ସମସ୍ତସଦସ୍ୟମାନଙ୍କ ଉପରେ ଆସ୍ଥା ଓ ବିଶ୍ବାସ ପ୍ରକଟି କରି ମନୋନୀତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରଥା ଅନୁଯାୟୀ ଚଳିତବର୍ଷ ୧୪ ସେପ୍ଟେମ୍ବର ୨୦୨୬ ରିଖ ସୋମବାର ଠାରୁ ୪୦ଗୋଟି ପୂଜା ମଣ୍ଡପରେ ପ୍ରଭୁ ଶ୍ରୀଗଣେଶଜୀଙ୍କୁ ପୂଜା ଅର୍ଚ୍ଚନା କରିବା ସହିତସୁନ୍ଦର ଭାବେ ପୂଜା ମଣ୍ଡପକୁ ସାଜସଜ୍ଜା କରିବା, ମେନ୍ ରୋଡ୍ ଉଭୟ ପାର୍ଶ୍ଵରେ ଲାଇଟ୍ ଲଗାଇବା ସହିତ ଭସାଣୀ ଉତ୍ସବ ଆସନ୍ତା୨୧.୦୯.୨୦୨୬ରିଖ ସୋମବାର ମିନୀ ଷ୍ଟାଡିୟମ ମେଲଣ ପଡିଆ ଠାରେ ଏକତ୍ରିତ ହୋଇ ଲଟେରୀ ମାଧ୍ୟମରେ କ୍ରମାଙ୍କ ଅନୁଯାୟୀସକାଳ ୯ ଘଟିକା ଠାରୁ ପ୍ରୋଶେସନ ଆରମ୍ଭ ହୋଇ ତିନୋଟି ରୁଟ୍ ମାଧ୍ୟମରେ ରାତ୍ର ୯ ଘଟିକାରେ ବିସର୍ଜନ କରିବା ପାଇଁ ସର୍ବ ସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଗଲା । ଚଳିତବର୍ଷ ମହାବୀର ବଜାର ପୂଜା ମଣ୍ଡପରେ ୧୭ଫୁଟ ଉଚ୍ଚତମ ଗଣେଶଜୀଙ୍କ ପ୍ରତିମୂର୍ତି ହେବ ବୋଲିକମିଟିର ସଦସ୍ୟ ବୁଲ୍‌ବୁଲ୍ ଜଣାଇଥିଲେ । ଚଳିତ ବର୍ଷ ପ୍ରଭୁ ଶ୍ରୀ ଗଣେଶଜୀଙ୍କ ଆଜ୍ଞା ଲଡୁ ନିଲାମ୍ ଦିନ ଗଣେଶ ବଜାର ପୂଜା କମଟି୧୦୦ କେଜି ଲଡୁ କରିବେ ବୋଲି ସହମତି ଦେଇଥିଲେ । ଉକ୍ତ ଲଡୁ ସହରର ବାଜିଚୌକ ଛକ ଠାରୁ ଏକ ବିରାଟ ପଟୁଆରରେପ୍ରୋଶେସନ କରି ଗଣେଶ ବଜାରରେ ଥିବା ଗଣେଶ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପରେ ଟାଉନ୍ ହଲ୍ ସମ୍ମୁଖରେ ନିଲାମ କାର୍ଯ୍ୟକ୍ରମକରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଢେଙ୍କାନାଳ ଫେଟ୍ ଓନର୍ସ ଆସୋସିଏସନ୍ ତରଫରୁ ବାଜିଚୌକ ଛକ ଠାରେ ଭସାଣୀ ଉତ୍ସବଦିନ ସମସ୍ତ ପୂଜା କମିଟିର ସଭାପତି|ସଂପାଦକ ଓ କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ କମିଟି ସଦସ୍ୟ ରାଜା ପଟ୍ଟନାୟକ ଓ ପ୍ରଭାତକୁମାର ସାହୁଙ୍କ ପ୍ରସ୍ତାବ କ୍ରମେ ଏହାକୁ ଗ୍ରହଣ କରାଯାଇଥିଲା । ପ୍ରଶାସନ ତରଫରୁ କାଠଶଙ୍ଖ, କୁଞ୍ଜକାନ୍ତ ପୋଖରୀ ଏବଂ ଜେଲ୍ ପୋଖରୀଯଥେଷ୍ଟ ପୂର୍ବରୁ ସଫା କରିବା ସହିତ ରୋଡ୍ କ୍ରସ୍ ବିଦ୍ୟୁତ୍ ତାର, ରାସ୍ତା ଘାଟ ମରାମତି, ଗଛ କଟିଙ୍ଗ୍, ରାସ୍ତା ଉପରୁ ଗାଈଗୋରୁ ହଟାଇବାସହିତ ପ୍ରଶାସନର ସହଯୋଗ କାମନା କରିଥିଲେ । ପରିଶେଷରେ ସହ-ସଂପାଦକ ଚିନ୍ମୟ ପୃଷ୍ଟି ଉପସ୍ଥିତ ଥ‌ିବା ସମସ୍ତ କମିଟିରସଦସ୍ୟମାନଙ୍କୁ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *