






ରିପୋର୍ଟ -ମହେଶ୍ୱର ସାହୁ (ଢେଙ୍କାନାଳ )
ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜାତୀୟ ବିଜ୍ଞାନ ଦିବସ-୨୦୨୫ ଉପଲକ୍ଷେ ଏକ ସପ୍ତାହ ବ୍ୟାପି ବିଭିନ୍ନ ବିଜ୍ଞାନଭିତ୍ତିକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସପ୍ତାହବ୍ୟାପି ପାଳନ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କୁ ନେଇ ଓରିଗାମୀ ୱାର୍କଶପ ହେବା ସହ ଛାତ୍ରୀ,ଛାତ୍ରମାନଙ୍କ ପାଇଁ କୁଇଜ୍ ପ୍ରତିଯୋଗିତା ଏବଂ ସାର ସି.ଭି ରମଣଙ୍କ ଉପରେ ଏକ ଵ୍ୟାଖ୍ୟାନ ସହ ଅନେକ ବିଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶେଷରେ କୃତୀ ଛାତ୍ରୀ,ଛାତ୍ରମାନଙ୍କୁ ପୁରସ୍କୃତ ବଣ୍ଟନ କରାଯାଇଥିଲା ।


