



ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ
ଜିଲ୍ଲା ଜରୁରୀକାଳୀନ ବିଭାଗ ଦ୍ଵାରା ସପ୍ତଶଯ୍ୟା ସତ୍ୟ ସାଗର ୱାଟର
ପାର୍କ ଠାରେ ସନ୍ତରଣ ଓ ପାଣିରେ ବୁଡି ବଞ୍ଚିବାର ମୌଳିକ କୌଶଳ
ସମ୍ବଦ୍ଧିୟ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଛି । ଜିଲ୍ଲା ଜରୁରୀକାଳୀନ
ଅଧିକାରୀ ସୁଦିପ୍ତ କୁମାର ସାହୁ ଓ ଓଏସଏପି ପ୍ରଥମ ବାଟାଲିଅନ୍
ସହକାରୀ କମାଣ୍ଡାଣ୍ଟ ଅଶୋକ ରଥ ଶିବିରକୁ ଉଦ୍ଘାଟନ କରିଥିଲେ।
ପାଣିରେ ବୁଡି କୌଣସି ପ୍ରାଣହାନି ଜନିତ ଦୁର୍ଘଟଣାକୁ ଏଡାଇବା ପାଇଁ
ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ପ୍ରୟାସ ଉପଯୋଗୀ ହେବ
ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଗତ ୨ ତାରିଖରୁ ଆରମ୍ଭ
ହୋଇଥିବା ଏହି ଶିବିରରେ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ଶେଷ
ହୋଇଛି। ପର୍ଯ୍ୟାୟକ୍ରମେ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ
ଦିଆଯିବ ।
ବ୍ୟୁରୋ ରିପୋଟ୍ ଢେଙ୍କାନାଳ ନ୍ଯୁଜ ଓଡିଶା…
