ମା’ଲଙ୍ଗବାଉତି ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ପୁନର୍ଗଠନନିମନ୍ତେ ଜିଲ୍ଲାପାଳଙ୍କୁ ଅଭିଯୋଗ..

ଜିଲ୍ଲା ଢେଙ୍କାନାଳ ଖବର
Spread the love

ଢେଙ୍କାନାଳ ଜିଲ୍ଲା ଓଡାପଡା ଶିବପୁର ଗ୍ରାମର ମା’ଲଙ୍ଗବାଉତି ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ପୁନର୍ଗଠନନିମନ୍ତେ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଛନ୍ତି । ପ୍ରକାଶଥାଉକି, ଉକ୍ତ ବିଦ୍ୟାଳୟଟି ୧୯୯୭ ମସିହାରେ ଗ୍ରାମବାସୀଙ୍କସହଯୋଗରେ ନିର୍ମାଣ ହୋଇଥିଲା । କିନ୍ତୁ ଜାଗା ନଥିବାରୁ ସରକାରଙ୍କ ପାଖରୁ ଜି.ଆଇ. ପାଇପାରି ନଥିଲା | ୨୦୨୨ମସିହାରେ ବାକିଥ‌ିବା ୨ ଏକର ୧୦ ଡେସିମିଲି ଜାଗା ପଟ୍ଟା କରାଗଲା । ଗତ ୧୪.୦୧.୨୦୨୪ରେ ଆମ୍ଭେ ଜି.ଆଇପାଇ ପାରିଲୁ । କିନ୍ତୁ ଦୁଃଖର ବିଷୟ ପ୍ରଧାନଶିକ୍ଷକଙ୍କ ଜାଲିଆତିରେ ବିଭିନ୍ନ ବେନିୟମ କାର୍ଯ୍ୟ ଚାଲିଥିଲା । ଯଥା-୧୦ ବର୍ଷଅନୁପସ୍ଥିତ ଥିବା ଶିକ୍ଷକଙ୍କୁ ଉପସ୍ଥାପନ ଦେବା, ଗତ ୦୭.୦୪.୨୦୨୪ରେ ସଭାପତି ଓ ସଂପାଦକଙ୍କ ଇସ୍ତଫା, ଗତ୦୮.୦୪.୨୦୨୪ରେ ପ୍ରଧାନଶିକ୍ଷକଙ୍କ ଅନୁପସ୍ଥିତିରେ ସହକାରୀ ଶିକ୍ଷକଙ୍କୁ ସଭାପତି ଓ ସମ୍ପାଦକଙ୍କ ବହିଷ୍କୃତ କରିବା,ଗତ ୨୦୨୪ ମସିହା ୨୩, ୨୪ ଓ ୨୫ ତାରିଖ ତିନିଦିନ ନୂତନ ପରିଚାଳନା କମିଟି ଗଠନ ପାଇଁ ନୋଟିସ୍ କରାଯାଇଥିଲା,ଗତ୨୬.୦୪.୨୦୨୪ରେ ନୂତନ ଏସ୍.ଏମ୍.ଡି.ସି. ପାଇଁ ପ୍ରସ୍ତାବ ଦିଆଯାଇଥୁଲା, ଗତ ୩୦.୦୪.୨୦୨୪ ରିଖରେପ୍ରଧାନଶିକ୍ଷକ ସଭାପତି ଓ ସଂପାଦକଙ୍କ ଡୁପ୍ଲିକେଟ୍ ଦସ୍ତଖତରେ ୮ଟି ପୋଷ୍ଟ ଡିଇଓ ମାଡାମ୍‌ଙ୍କ ଦ୍ୱାରା ଆପୁର୍ କରାଯାଇଥିଲା,ଗତ୨୮.୦୫.୨୦୨୪ରେ ଆପ୍ରୁଭ୍ ହେଲା ପରେ ବି.ଇ.ଓଙ୍କୁ ସଭାପତି ଓ ସମ୍ପାଦକଙ୍କ ରିଜାଇନ୍ ଦେଇଥୁବା ହେତୁ ତଦାରଖପାଇଁ ନୋଟିସ୍ କରାଗଲା । ଗତ୦୧.୦୫.୨୦୨୪ରେ ଡି.ଇ.ଓ.ଙ୍କୁ ଜଣାଇବା ପରେ ଦୀର୍ଘ ୬ ରୁ ୮ ମାସ ବିତିଯାଇଥିଲେମଧ୍ୟ କମିଟି ନଥାଇ ପୁଣି ୨ଟି ପୋଷ୍ଟ ଡୁପ୍ଲିକେଟ୍ ଦସ୍ତଖତରେ ଆତ୍ମଭ୍ କରାଯାଇଥିଲା, ଗତ ୨୭.୦୮.୨୦୨୪ରିଖରେଏ.ଡି.ଇ.ଓ ଓ ଭୁବନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥ୍ୟକୁ ଅନୁଧ୍ୟାନ କରି ଏହା ପ୍ରଧାନଶିକ୍ଷକ ଜାଣିଶୁଣି ଭୁଲ୍ କରିଛନ୍ତିବୋଲି ତା.୨୯.୦୧୧.୨୦୨୪ରେ ମିଡିଆରେ ଏ.ଡି.ଇ.ଓ ମାଡାମ୍ କହିଥିଲେ । ଆର୍.ଟି.ଆଇ.ରେ ଡି.ଇ.ଓ ଙ୍କୁ ତଥ୍ୟମଗାଯିବାରୁ ତାହା ପ୍ରଧାନ ଶିକ୍ଷକଙ୍କୁ ଚିଠି କରିବା ଦୁର୍ଭାଗ୍ୟର ବିଷୟ । ଦୀର୍ଘ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳ ଓଡି.ଇ.ଓ ମାଡାମ୍‌ଙ୍କୁ ବହୁବାର ଦେଖା କଲେ ମଧ୍ୟ ଏହାର କୌଣସି ବିଚାର କରାଯାଇ ନାହିଁ ବା ନୂତନ କମିଟି ଗଠନକରାଯାଇନାହିଁ । ଏହି ସପନ୍ଦର ଦିନ ଭିତରେ ଏହାର ସୁବିଚାର ନକରାଗଲେ ଗ୍ରାମବାସୀମାନେ ବିଦ୍ୟାଳୟ ଫାଟକକୁ ତାଲାପକାଇ ସମ୍ମୁଖରେ ଧାରଣା ଦେବେ ବୋଲି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଏକ ଲିଖତ ଅଭିଯୋଗ ଜଣାଇଛନ୍ତି। ଏହି ଅଭିଯୋଗ ସମୟରେ ଯୁଗଳ କିଶୋର ସାହୁ, ସଞ୍ଜୟ କୁମାର ଭୋଇ, କନ୍ଦର୍ପ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *