ଢେଙ୍କାନାଳ କାଙ୍କଡପାଳ ଗ୍ରାମ ନୂଆସାହିରେ ୨୬ତମ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ..

ଢେଙ୍କାନାଳ ଖବର
Spread the love

ଢେଙ୍କାନାଳ, ୨୪/୨: ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ନୂଆସାହିରେ ୨୬ତମ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ପାଳିତହୋଇଯାଇଅଛି । ଗତକାଲି ମଙ୍ଗଳବାର ଦିନ କଳସଯାତ୍ରା କରାଯାଇ କୁଞ୍ଜରେ ଠାକୁରଙ୍କୁ ସ୍ଥାପନ, ଅଖଣ୍ଡଦୀପ ସ୍ଥାପନ ଓ ଅଧିବାସପୂଜା ଆରମ୍ଭ ହୋଇଥିଲା । ଅଦ୍ୟ ସକାଳ ୬ ଘଟିକା ଠାରୁ ନାମଯଜ୍ଞ ଆରମ୍ଭ ହୋଇ ଆସନ୍ତା କାଲି ଗୁରୁବାର ସକାଳ ୬ ଘଟିକାପର୍ଯ୍ୟନ୍ତ ଚାଲୁ ରହିବ । ଏହି ନାମଯଜ୍ଞରେ ଆଖପାଖ ଅଂଚଳର ୧୧ଦଳ ସଂକୀର୍ତନ ମଣ୍ଡଳୀ ଯୋଗଦେଇ ଅହୋରାତ୍ର ସଂକୀର୍ତନକରିଥିଲେ । ସଂଧ୍ୟାରେ ପ୍ରାୟ ୨୦୦୦ରୁ ଉର୍ଦ୍ଧ୍ବ ଭକ୍ତଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା । ଆସନ୍ତା କାଲି ନଗରକୀର୍ତନଓ ବୈଠକ କୀର୍ତନ ଅନୁଷ୍ଠିତ ହେବ । ପୂଜକ ଜଗନ୍ନାଥ ତ୍ରିପାଠୀ ସମସ୍ତ ପୂଜାକୁ ସୁଚାରୁରୂପେ ସଂପନ୍ନ କରୁଛନ୍ତି । ସଭାପତି ଭରତସାସମଲ, ଉପସଭାପତି ମାନଗୋବିନ୍ଦ ସାହୁ, କୋଷାଧ୍ୟକ୍ଷ ବୁନୁ ଦାସ, ବିକ୍ରମ ପରିଡା ପ୍ରମୁଖଙ୍କ ସହିତ ଅଷ୍ଟପ୍ରହର କମିଟିରସମସ୍ତ ସଦସ୍ୟମାନେ ଏହାକୁ ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *