ସାହାରା ଖୋଜୁଛି ଗଁନ୍ଦିଆ ବ୍ଲକ ଜରାଜୀର୍ଣ୍ଣ ଖଙ୍କର ଯାତ୍ରୀ ବିଶ୍ରାମଗାର..

ଢେଙ୍କାନାଳ ଖବର ରାଜନୀତି
Spread the love

ଖରା ବର୍ଷା ଶୀତକାକରରେ ଯିଏ ଅନ୍ୟ ମାନଙ୍କୁ ସାହାରା ଦେଉଥିଲା, ସେ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଏହିପରି ଅବସ୍ଥାରେ ପଡ଼ିରହିଛି ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଖଙ୍କର ଗ୍ରାମର ଯାତ୍ରୀ ବିଶ୍ରାମଗାର। ଅନେକ ବର୍ଷ ତଳରୁ ଏହି ଯାତ୍ରୀ ବିଶ୍ରାମଗାର ନିର୍ମାଣ ହୋଇଥିଲା। ସରକାର ଅନେକ ସ୍ଥାନରେ ଏହିପରି ବିଶ୍ରାମଗାର ତିଆରି କରିଛନ୍ତି। କାଳକ୍ରମେ ଏହାର ରକ୍ଷଣା ବେକ୍ଷଣ ହୋଇ ନପାରିବାରୁ ଧୀରେ ଧୀରେ ନଷ୍ଟ ହୋଇଯାଉଛି। ପ୍ରଶାସନ ନା କାହାକୁ ଦାୟୀତ୍ୱ ଦେଉଛି ନା ନିଜେ ରାକ୍ଷଣା ବେକ୍ଷଣ କରୁଛି। ଏବେ ଗାଇଗୋରୁଙ୍କ ଗୁହାଳ ପାଲଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କେତେବେଳେ ମସ୍ତିଷ୍କ ବିକୃତ ବ୍ୟକ୍ତିମାନେ ପୁରୁଣା ଲୁଗାପଟା ଆଣି ଗଦା କରୁଛନ୍ତି ତ କେତେବେଳେ ଅଳିଆ ଆବର୍ଜନା ଆଣି ଗଦା କରୁଛନ୍ତି। ପାଖରେ ଗୋଟିଏ ଛୋଟ ବଜାର ରହିଛି। ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ସଫାସୁତୁରା ରଖିବାପାଇଁ ଚେଷ୍ଟା କରିଛନ୍ତି। ତାହା ଏବେ କେଉଁଠି ଭାଙ୍ଗିରୁଜି ଗଲାଣି ତ ଏବେ ମଦ ବୋତଲ ଓ ଗ୍ଲାସ ଖଲିଚଉପତି ପଡ଼ି ମଦୁଆ ମାନଙ୍କ ଅଡ୍ଡାସ୍ଥଳୀ ପାଲଟି ଯାଇଛି। ଏହି ଯାତ୍ରୀ ବିଶ୍ରାମଗାରକୁ ମରାମତି କରାଯିବାପାଇଁ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *