ଅଗଷ୍ଟ ୨ ରେ ଡାକସେବା ବନ୍ଦ ରହିବ…

ଢେଙ୍କାନାଳ -ଆସନ୍ତା ଅଗଷ୍ଟ ୨ ତାରିଖ ଶନିବାର ଢେଙ୍କାନାଳ ପୋଷ୍ଟାଲ୍ ଡିଭିଜନ୍ ଅନ୍ତର୍ଗତ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ସମସ୍ତ ପ୍ରଧାନ ଡାକଘର, ସମସ୍ତ ଉପଡାକଘର ଏବଂ ଶାଖା ଡାକଘରେ ଡାକ ସେବା ବନ୍ଦ ରହିବ ବୋଲି ଢେଙ୍କାନାଳ ଡାକ ମଣ୍ଡଳ ଅଧ୍ୟକ୍ଷକ ଯମ୍ବେଶ୍ବର ଗଡନାୟକ ସୂଚନା ଦେଇଛନ୍ତି । ଭାରତୀୟ ଡାକ ବିଭାଗରେ ପ୍ରଚଳିତ ସଫ୍ଟୱେର ବଦଳରେ ନିଜସ ଆଇ.ଟି. ୨.୦ ସଫ୍ଟୱାର ପ୍ରଚଳିତ ହେବାକୁ ଯାଉଛି । ଢେଙ୍କାନାଳ ଓ ଅନୁଗୁଳ ପ୍ରଧାନ ଡାକଘର […]

Continue Reading

ଢେଙ୍କାନାଳ ରୋଟ୍ରାକ୍ଟ କ୍ଲବ୍ ର ରୋଟ୍ରାକ୍ଟର ପ୍ରେମଜିତ୍ ସଭାପତି ଓ ରୋଟ୍ରାକ୍ଟର ପୁଷ୍ପାଞ୍ଜଳି ସଂପାଦକ ଭାବେ ରେ ମନୋନୟନ..

ସମଗ୍ର ଦେଶର ୨୧୫ ରୁ ଉର୍ଦ୍ଧ୍ଵ ଦେଶରେ ସମାଜ ସେବା କ୍ଷେତ୍ରରେ ପରିବ୍ୟାପ୍ତ ରୋଟାରୀଇଂଟର ନ୍ୟାସନାଲ୍ ଦ୍ବାରା ପ୍ରାୟୋଜିତ ତଥା ଆନ୍ତର୍ଜାତୀୟ ସ୍ତରୀୟ ଯୁବ ନେତୃତ୍ଵ ବୃଦ୍ଧି, ବିଶ୍ୱ ଭାତୃତ୍ବ ପ୍ରତିଷ୍ଠା ଓ ଗୋଷ୍ଠୀଗତସମାଜ ସେବା ପ୍ରଦାନ ଲକ୍ଷ୍ୟରେ ପ୍ରତିଷ୍ଠିତ ରୋଟ୍ରାକ୍ଟ କ୍ଲବ୍, ଢେଙ୍କାନାଳ ପକ୍ଷରୁ ରୋଟାରୀ ବର୍ଷ ୨୦୨୫-୨୬ନିମନ୍ତେ ନୂତନ କର୍ମକର୍ତା ମନୋନୟନ ହୋଇଯାଇଛି । ରୋଟ୍ରାକ୍ଟର ଶିବ ପ୍ରସାଦ ପାଇଁ ଓ ରୋଟ୍ରାକ୍ଟର ଅବିନାଶ ସାହୁମନୋନୟନ ପ୍ରକ୍ରିୟା ପରିଚାଳନା କରିଥିଲେ। ସର୍ବସମ୍ମତି କ୍ରମେ ରୋଟ୍ରାକ୍ଟର […]

Continue Reading

ପ୍ରାଧ୍ୟାପିକା ଡ.ସୁଚେତା ମିଶ୍ରଙ୍କ ବିୟୋଗରେ ଭାବପୂର୍ଣ୍ଣ ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ.

ପ୍ରାଧ୍ୟାପିକା ଡ.ସୁଚେତା ମିଶ୍ରଙ୍କ ଦ୍ବାଦଶାହ କର୍ମ ତା.୨୪.୦୭.୨୦୨୫ ରିଖ (ଗୁରୁବାର) ଦିନ ୧୨ ଘଟିକା ସମୟରେ ହତଭାଗ୍ୟ ସ୍ବାମୀ ଅବସର ପ୍ରାପ୍ତ ଅଧ୍ୟକ୍ଷ ହରେକୃଷ୍ଣ କର,ଜଙ୍ଗଲ ଓ ପରିବେଶ ବିଭାଗ ଯୁଗ୍ମ ଶାସନ ସଚିବ ଦୀନକୃଷ୍ଣ କର,ଓଡ଼ିଶା ମିନେରାଲ ଡେଭଲପମେଣ୍ଟ କର୍ପୋରେସନ( ଓ ଏମ୍ ଡି ସି)ମ୍ୟାନେଜର ଇଂ ତାରା ପ୍ରସାଦ କରଙ୍କ ମିଳିତ ଆବାହକତ୍ୱରେ ପଣ୍ତିତ ବିପିନ ବିହାରୀ ଶତପଥୀଙ୍କ ସଂଯୋଜନାରେ ନିରାଡମ୍ବର ଭାବେ ଭାବପୂର୍ଣ୍ଣ ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ଓ ଦିବା ୧ ଘଟିକା […]

Continue Reading

ଭୁବନେଶ୍ୱର ସବ୍ କଲେକ୍ଟର ଅଫିସ୍ ରେ ଭିଜିଲାନ୍ସ ଚଢ଼ାଉ!

ଜୁନିଅର ରେଭେନ୍ୟୁ ଅଫିସର ସୌରଭ ତ୍ରିପାଠୀ ଲାଞ୍ଚ ନେବା ବେଳେ ଧରାପଡ଼ିଲେଜମି ପ୍ରମାଣ ପତ୍ର ପାଇଁ ନେଉଥିଲେ ₹30,000 ଭିଜିଲାନ୍ସ ଟିମ୍ ର ଚଢ଼ାଉ, ଟଙ୍କା ଜବତ ଅଭଯୁକ୍ତ.. ବିରୁଦ୍ଧରେ ମାମଲା ରୁଜୁଜବ୍‌ କାର୍ଡ ଜାଲିଆତିରେ ଦେଶରେ ପ୍ରଥମ ସ୍ଥାନରେ ରେ ବିହାର ଦ୍ୱିତୀୟ ସ୍ଥାନରେ ଓଡିଶା।

Continue Reading

ସୃଷ୍ଟି ହେଲା ଲଘୁଚାପ: ୨୮ ଯାଏଁ ପ୍ରବଳ ବର୍ଷା

ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଜି ସକାଳେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ପରିବ୍ୟାପ୍ତ ରହିଛି।ସୃଷ୍ଟି ହେଲା ଲଘୁଚାପ: ୨୮ ଯାଏଁ ପ୍ରବଳ ବର୍ଷାଭୁବନେଶ୍ବର: ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଆଜି ସକାଳେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ପରିବ୍ୟାପ୍ତ ରହିଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତା […]

Continue Reading

କାମାକ୍ଷାନଗର ଆଳତୁମା ଦଧିବାମନ ଜୀଉ ମନ୍ଦିର ରେ ପ୍ରଭୁ ଦଧିବାମନଙ୍କ ପାଖେ ଚିତାଲାଗି ନିତୀ ଅନୁଷ୍ଠିତ ।

ଓଡିଶାର ପାରମ୍ପରିକ ପର୍ବ ଚିତାଲାଗି ଅମାବାସ୍ୟା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲଲାଟରେ ଭୂଷଣ ଅର୍ପଣ ଉପଲକ୍ଷେ ଆଜି ଆଳତୁମା ଦଧିବାମନ ଜୀଉ ମନ୍ଦିର ରେ ପ୍ରଭୁ ଦଧିବାମନ ଙ୍କ ପାଖେ ଚିତାଲାଗି ନିତୀ ଅନୁଷ୍ଠିତ । କାମାକ୍ଷାନଗର ଅଞ୍ଚଳର ବହୁ ପୁରାତନ ଶ୍ରୀ ଶ୍ରୀ ଦଧିବାମନ ଜୀଉ ।‌ ଦେବୋତ୍ତର ବିଭାଗ ଅଧିନସ୍ଥ । #ChitalagiAmabasya #ଚିତ୍ତଉଅମାବାସ୍ୟା

Continue Reading

ଢେଙ୍କାନାଳ ର ପ୍ରଧ୍ୟାପିକା ଡ. ସୁଚେତା ମିଶ୍ରଙ୍କ ବିୟୋଗରେ ଶୋକ..

ଢେଙ୍କାନାଳ ଡ.ସୁଚେତା ମିଶ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି।ଡକ୍ଟର ମିଶ୍ର ଜଣେ ସୁସାହିତ୍ୟିକା ଓ ସଂସ୍କୃତ ଗବେଷିକା ଥିଲେ ।ତାଙ୍କ ବିୟୋଗରେ ସାଂସଦ ରୁଦ୍ର ନାରାୟଣ ପାଣି ଗଭୀର ଶୋକ ପ୍ରକାଶ କରିଛନ୍ତି।ଡ.ମିଶ୍ର ସଂସ୍କୃତ ପ୍ରାଧ୍ୟାପିକା ଭାବରେ ୨୦୨୨ ଜୁଲାଇ ମାସରେ ଅବସର ଗ୍ରହଣ କରିବା ପରେ ସାହିତ୍ୟ ସାଧନା ଏବଂ ବିଭିନ୍ନ ଧର୍ମ କାର୍ଯ୍ୟରେ ଜଡିତ ଥିଲେ। ସେ ଢେଙ୍କାନାଳ ଆର୍ଟ ଅଫ୍ ଲିଭିଙ୍ଗର ସଦସ୍ୟା,ଜିଲ୍ଲା ଲେଖକ ସଂସଦର ସଦସ୍ୟା ମଧ୍ୟ ଥିଲେ।ଭାରତ ବିକାଶ […]

Continue Reading

ପ୍ଲାଷ୍ଟିକ ବୋତଲ ବଦଳରେ କାଚବୋତଲରେ ମିଳିବ ପେଟ୍ରୋଲ…

ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲରେ ପେଟ୍ରୋଲ ମିଳିବବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ପେଟ୍ରୋଲିୟମନିୟମ ଅନୁଯାୟୀ ଆଇନ ହେବ ବୋଲି ମନ୍ତ୍ରୀ କହିଛନ୍ତି. ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲନେବାକୁ ସରକାରଙ୍କ ପକ୍ଷରୁ ମନା କରାଯାଇଛି।କିନ୍ତୁପ୍ଲାଷ୍ଟିକ ବୋତଲ ବଦଳରେ କାଚବୋତଲରେ ପେଟ୍ରୋଲ ମିଳିବ ବୋଲି ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ପେଟ୍ରୋଲିୟମନିୟମ ଅନୁଯାୟୀ ଆଇନ ହେବ ବୋଲି ମନ୍ତ୍ରୀକହିଛନ୍ତି।

Continue Reading

ମା’ଲଙ୍ଗବାଉତି ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ପୁନର୍ଗଠନନିମନ୍ତେ ଜିଲ୍ଲାପାଳଙ୍କୁ ଅଭିଯୋଗ..

ଢେଙ୍କାନାଳ ଜିଲ୍ଲା ଓଡାପଡା ଶିବପୁର ଗ୍ରାମର ମା’ଲଙ୍ଗବାଉତି ଉଚ୍ଚ ବିଦ୍ୟାଳୟର ନୂତନ ପରିଚାଳନା କମିଟି ପୁନର୍ଗଠନନିମନ୍ତେ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଛନ୍ତି । ପ୍ରକାଶଥାଉକି, ଉକ୍ତ ବିଦ୍ୟାଳୟଟି ୧୯୯୭ ମସିହାରେ ଗ୍ରାମବାସୀଙ୍କସହଯୋଗରେ ନିର୍ମାଣ ହୋଇଥିଲା । କିନ୍ତୁ ଜାଗା ନଥିବାରୁ ସରକାରଙ୍କ ପାଖରୁ ଜି.ଆଇ. ପାଇପାରି ନଥିଲା | ୨୦୨୨ମସିହାରେ ବାକିଥ‌ିବା ୨ ଏକର ୧୦ ଡେସିମିଲି ଜାଗା ପଟ୍ଟା କରାଗଲା । ଗତ ୧୪.୦୧.୨୦୨୪ରେ ଆମ୍ଭେ ଜି.ଆଇପାଇ ପାରିଲୁ । କିନ୍ତୁ ଦୁଃଖର ବିଷୟ ପ୍ରଧାନଶିକ୍ଷକଙ୍କ ଜାଲିଆତିରେ […]

Continue Reading

ଭୁବନେଶରର ରେ ୬୨ ଗୋଟି ଓମ୍ଫେଡ କର୍ମଚାରିଙ୍କ କ୍ଵାର୍ଟର ଉଦ୍ଘାଟିତ…

ମାନ୍ୟବର ମୁଖ୍ୟମନ୍ତ୍ରୀ Mohan Charan Majhi ଓମ୍‌ଫେଡ୍ କର୍ମଚାରୀମାନଙ୍କ ପାଇଁ ୬୨ଟି କ୍ୱାର୍ଟରର ଉଦଘାଟନ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ୭.୫୦ କୋଟି ଟଙ୍କା ବିନିଯୋଗରେ ୨ ହଜାରରୁ ୧୫ ହଜାର ଲିଟର ବିଶିଷ୍ଟ ୨୨ଟି ମିଲ୍କ ଟ୍ୟାଙ୍କର ରାଜ୍ୟର ବିଭିନ୍ନ ଦୁଗ୍ଧ ସଂଘମାନଙ୍କୁ ପ୍ରଦାନ କରିବା ସହ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ଗୁଣ୍ଡ ଦୁଗ୍ଧ ପ୍ୟାକିଙ୍ଗ ମେସିନର ମଧ୍ୟ ଉଦ୍‌ଘାଟନ କରିଛନ୍ତି ।

Continue Reading