ଢେଙ୍କାନାଳ ସହର ମୀନାବଜାର ଦଧିବାମନ ଜୀଉ ମନ୍ଦିରରରେ ଦେବସ୍ନାନ

ଢେଙ୍କାନାଳ, ୨୯/୬: ମୀନାବଜାରସ୍ଥିତ ଦଧବାମନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତହେଇଥିଲା । ପ୍ରାତଃରୁ ମଙ୍ଗଳା ଆଳତି କରାଯାଇ ମଇଲମ୍ ଲାଗି କରାଯିବା ପରେ ରବେଦୀରେ ଠାକୁରଙ୍କୁସ୍ନାନବେଦୀଙ୍କୁ ଅଣାଯାଇ ପଂଚାମୃତ ସହିତ ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ସ୍ନାନ ପରେ ନୂତନବସ୍ତ୍ର, ତୁଳସୀ ହାର ଓ ଫୁଲହାରରେ ସୁସଜ୍ଜିତ କରାଯାଇଥିଲା । ପୂଜକ ଜଗନାଥ ତ୍ରିପାଠୀ ପୂଜା ଅର୍ଚ୍ଚନାକରିଥିଲେ । ମଧ୍ୟାହ୍ନରେ ଖେଚୁଡ଼ି, ଡ଼ାଲମା, ଖଟା, କ୍ଷୀରି ଭୋଗ ଲାଗି ହୋଇଥିଲା । […]

Continue Reading

ଢେଙ୍କାନାଳ ଶ୍ରୀ ଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମନ୍ଦିର ରତ୍ନମୂଦ ଉତ୍ସବ ଅନୁଷ୍ଠିତ..

ଢେଙ୍କାନାଳ ସହର ମୀନାବଜାର ଶ୍ରୀ ଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀଙ୍କର ନୂତନ ମନ୍ଦିର ରତ୍ନମୁଦ ଉତ୍ସବ ଅନୁଷ୍ଠିତହୋଇଯାଇଛି । ଗତକାଲି ଭାଗିରଥୀସାଗର କୂଳରୁ ଘଂଟ, ବାଦ୍ୟ ଓ ସଂକୀର୍ତନ ଦ୍ବାରା ସହର ପରିକ୍ରମା ପୂର୍ବକ କଳସଯାତ୍ରା ଅନୁଷ୍ଠିତହୋଇଯାଇଅଛି । ପୂଜା ପ୍ରତିଷ୍ଠାନ ବହୁ ପ୍ରତିକ୍ଷିତ ପୂଜା ପାଉଥ‌ିବା ବିଜେ ବିଗ୍ରହଙ୍କ ନୂତନ ମନ୍ଦିରର ଅଦ୍ୟ ବୁଧବାର ରତ୍ନମୁଦ କାର୍ଯ୍ୟ ଯଥାହୋମଯଜ୍ଞ ବିଧ୍ଵ ଅନୁସାରେ କରାଯାଇ ତତ୍‌ପରେ ବିଭିନ୍ନ ରତ୍ନ, ଶସ୍ୟ ଓ ଶୁଳ୍କଧାନକୁ ପୂଜା କରାଯାଇ ମନ୍ଦିର ଗର୍ଭ […]

Continue Reading

ଢେଙ୍କାନାଳରେ ପ୍ରଫେସର ଗୋଲୋକ ବିହାରୀ ଧଳଙ୍କ ୫୨ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ..

ଢେଙ୍କାନାଳ ଜିଲ୍ଲା ଚନ୍ଦ୍ରଶେଖରପ୍ରସାଦ ଅଂଚଳରେ ଅବସ୍ଥାପିତ ଭୋଳେଶ୍ଵର ଧଲ ଉଚ୍ଚ ବିଦ୍ୟାଳୟପରିସରରେ ଆଜି ଭାରତର ବିଶିଷ୍ଟ ଭାଷା-ବିଜ୍ଞାନୀ ପ୍ରଫେସର ଗୋଲୋକ ବିହାରୀ ଧଳଙ୍କ ୫୨ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବପ୍ରଫେସର ଗୋଲୋକ ବିହାରୀ ଧଳ ସ୍ମୃତି ସଂସଦ ଆନୁକୂଲ୍ୟରେ ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ଓଡିଶାର ଦକ୍ଷତା ଓବୈଷୟିକ ଶିକ୍ଷା ବିଭାଗର ପ୍ରାକ୍ତନ ଅତିରିକ୍ତ ସଚିବ ତପନ କୁମାର ଶତପଥୀ ମୁଖ୍ୟ ଅତିଥ୍ୟ ଭାବେ ଯୋଗଦାନ କରି ସର୍ଗତଧଳଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସଙ୍ଗେ ସଙ୍ଗେ ପ୍ରଫେସର […]

Continue Reading

Mandatory Fire Safety Audit ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରର ଯାଞ୍ଚ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥା..

ଓଡ଼ିଶା ସରକାର ରାଜ୍ୟର ସମସ୍ତ ସ୍କୁଲ, କୋଚିଂ ସେଣ୍ଟର ଓ ଦକ୍ଷତା ବିକାଶ କେନ୍ଦ୍ରରେ ବାଧ୍ୟତାମୂଳକ ଅଗ୍ନି ନିରାପତ୍ତା ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ମଧ୍ୟରେ ଜିଲ୍ଲାପାଳମାନଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଭୁବନେଶ୍ୱର: ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣା ପରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଆଦିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତ ଚେତିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍‌ଡିଏମ୍‌ଏ) ରାଜ୍ୟର […]

Continue Reading

ଢ଼େଙ୍କାନାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଓ କାର୍ଯ୍ୟକାରୀ ସଭାପତି ନିଯୁକ୍ତ…

ଭୁବନେଶ୍ୱର ତା. ୭.୫- ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ସୁପାରିଶ କ୍ରମେ ଢ଼େଙ୍କାନାଳ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଭାବେ ଶୁଭମ ଦାସ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ବିଭୁତି ଭୂଷଣ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ଦାସ ପୂର୍ବରୁ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଥିବା ବେଳେ ଶ୍ରୀ ମହାନ୍ତି ଢ଼େଙ୍କନାଳ ଜିଲ୍ଲାର ଜଣେ ଯୁବ ସମାଜସେବୀ ଭାବେ ପରିଚିତ । ସେ ଗନ୍ଦିଆ ବ୍ଲକର ଲେଥକା ପଞ୍ଚାୟତର ଓରନ୍ଦା […]

Continue Reading

ହନୁମାନ ବାଟିକାରେ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କର ୧୮ତମବାର୍ଷିକୋତ୍ସବ ପାଳିତ.

ଢେଙ୍କାନାଳ ସହର ବସ୍‌ଷ୍ଟାଣ୍ଡ ନିକଟ ହନୁମାନ ବାଟିକା ଠାରେ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କର ୧୮ତମ ବାର୍ଷିକୋତ୍ସବ ମହାଆଡମ୍ବର ସହ ପାଳିତ ହୋଇଯାଇଅଛି । ୨୦୦୮ ମସିହାରୁ ଆରମ୍ଭ ହୋଇ ପ୍ରତ୍ୟେକ ବର୍ଷ ମହାସମାରୋହରେ ପାଳନ ହୋଇଆସୁଅଛି । ପ୍ରଥମେ ହନୁମାନଙ୍କ ଠାରେ ମଙ୍ଗଳା ଆଳତୀ ଓ ପରେ ମାଜଣା କରାଯାଇଥିଲା । ସୂର୍ଯ୍ୟପୂଜା, ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ, ଷୋଡଶ ଉପଚାର ପୂଜା ସହିତ ହଜାରେ ଆହୁତି ଦିଆଯାଇଥିଲା । ଭକ୍ତମାନେ ବିଭିନ୍ନ ଭୋଗରାଗ ହନୁମାନଙ୍କ […]

Continue Reading

ସକାଳୁଆ ସ୍କୁଲ୍‌ ନିର୍ଦ୍ଦେଶ..

-ସକାଳୁଆ ସ୍କୁଲ ପାଇଁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ-ସକାଳ ସାଢ଼େ ୬ରୁ ଦିନ ସାଢ଼େ ୧୦ ପର୍ଯ୍ୟନ୍ତ ଚାଲିବ ସ୍କୁଲ୍‌-ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ୍‌ ପାଇଁ ନିର୍ଦ୍ଦେଶ-ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍‌ ଜାରି ରହିବ-ଏନେଇ ପ୍ରତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ସଚିବ MorningSchoolsOdisha #Heatwave SchoolAndMassEducationDepartment #Dhenkanalnewsodisha

Continue Reading

ସାହାରା ଖୋଜୁଛି ଗଁନ୍ଦିଆ ବ୍ଲକ ଜରାଜୀର୍ଣ୍ଣ ଖଙ୍କର ଯାତ୍ରୀ ବିଶ୍ରାମଗାର..

ଖରା ବର୍ଷା ଶୀତକାକରରେ ଯିଏ ଅନ୍ୟ ମାନଙ୍କୁ ସାହାରା ଦେଉଥିଲା, ସେ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଏହିପରି ଅବସ୍ଥାରେ ପଡ଼ିରହିଛି ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଖଙ୍କର ଗ୍ରାମର ଯାତ୍ରୀ ବିଶ୍ରାମଗାର। ଅନେକ ବର୍ଷ ତଳରୁ ଏହି ଯାତ୍ରୀ ବିଶ୍ରାମଗାର ନିର୍ମାଣ ହୋଇଥିଲା। ସରକାର ଅନେକ ସ୍ଥାନରେ ଏହିପରି ବିଶ୍ରାମଗାର ତିଆରି କରିଛନ୍ତି। କାଳକ୍ରମେ ଏହାର ରକ୍ଷଣା ବେକ୍ଷଣ ହୋଇ ନପାରିବାରୁ ଧୀରେ ଧୀରେ ନଷ୍ଟ ହୋଇଯାଉଛି। ପ୍ରଶାସନ ନା କାହାକୁ ଦାୟୀତ୍ୱ ଦେଉଛି ନା ନିଜେ […]

Continue Reading

ଢେଙ୍କାନାଳ କାଙ୍କଡପାଳ ଗ୍ରାମ ନୂଆସାହିରେ ୨୬ତମ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ..

ଢେଙ୍କାନାଳ, ୨୪/୨: ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ନୂଆସାହିରେ ୨୬ତମ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ପାଳିତହୋଇଯାଇଅଛି । ଗତକାଲି ମଙ୍ଗଳବାର ଦିନ କଳସଯାତ୍ରା କରାଯାଇ କୁଞ୍ଜରେ ଠାକୁରଙ୍କୁ ସ୍ଥାପନ, ଅଖଣ୍ଡଦୀପ ସ୍ଥାପନ ଓ ଅଧିବାସପୂଜା ଆରମ୍ଭ ହୋଇଥିଲା । ଅଦ୍ୟ ସକାଳ ୬ ଘଟିକା ଠାରୁ ନାମଯଜ୍ଞ ଆରମ୍ଭ ହୋଇ ଆସନ୍ତା କାଲି ଗୁରୁବାର ସକାଳ ୬ ଘଟିକାପର୍ଯ୍ୟନ୍ତ ଚାଲୁ ରହିବ । ଏହି ନାମଯଜ୍ଞରେ ଆଖପାଖ ଅଂଚଳର ୧୧ଦଳ ସଂକୀର୍ତନ ମଣ୍ଡଳୀ ଯୋଗଦେଇ ଅହୋରାତ୍ର ସଂକୀର୍ତନକରିଥିଲେ […]

Continue Reading

ଢେଙ୍କାନାଳ ଶାସନ ଛକରେ ମା’ ତାରିଣୀଙ୍କ ୭ମ ବାର୍ଷିକ ଜନ୍ମୋତ୍ସବ ଉପଲକ୍ଷେ କଳସଯାତ୍ରା..

ଢେଙ୍କାନାଳ ସହରର ଶାସନ ଛକ ଅଞ୍ଚଳରେ ଅବସ୍ଥିତ ମା’ ତାରିଣୀ ଦେବୀଙ୍କ ୭ମ ବାର୍ଷିକ ଜନ୍ମୋତ୍ସବ ଅବସରରେ ଭବ୍ୟ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଭାଗିରଥୀ ସାଗର କୂଳରୁ ପୂଜାର୍ଚ୍ଚନା କରାଯାଇ ୧୦୮ରୁ ଅଧିକ ପୁରୁଷ ଓ ମହିଳା ଘଂଟ ବାଦ୍ୟ ସହ ସହର ପରିକ୍ରମା କରି ମନ୍ଦିର ପରିସରକୁ ପହଞ୍ଚିଥିଲେ। ଭକ୍ତିମୟ ପରିବେଶ ମଧ୍ୟରେ ସୂର୍ଯ୍ୟପୂଜା, ଗୋ-ପୂଜା, ଗୁରୁପୂଜା, ଚତୁର୍ଦ୍ଧାମୂର୍ତି ପୂଜା, ମଣ୍ଡଳାଦି ପୂଜା ଓ ଅଗ୍ନି ସଂସ୍କାର ଆଦି କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା।ଆସନ୍ତା ୨୫ ତାରିଖ […]

Continue Reading